
ରାଞ୍ଚି: କାର ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ । ଏଭଳି ଅଭାବନୀୟ ଘଟଣା ଘଟିଛି ଝାଡଖଣ୍ଡର ରାଞ୍ଚିରେ । ଦୁଷ୍କର୍ମ ଅଭିଯୋଗ ପରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଟୁ ପୋଲିସ୍ ।
ସୂଚନା ଅନୁଯାୟୀ , ଗୁରୁବାର ରାତିରେ ଯୁବତୀ ଜଣଙ୍କ ଏକୁଟିଆ ଘରକୁ ଫେରୁଥିଲେ । ହଠାତ୍ ଏହି ସମୟରେ ତାଙ୍କ ନିକଟକୁ କାରରେ କିଛି ଯୁବକ ଆସି କାରରେ ବସିବାକୁ ବାଧ୍ୟ କରିଥିଲେ । କିଛିବାଟ ଯିବା ପରେ ଏକ ରେଷ୍ଟୁରାଣ୍ଟ୍ ନିକଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ଉକ୍ତ ସ୍ଥାନରେ ରାଞ୍ଚି ପୋଲିସ୍ ପାଟ୍ରୋଲିଂ କରୁଥିଲା । କାରଟିକୁ ଦେଖି ପୋଲିସର ସନ୍ଦେହ ବଢିଥିଲା । ତୁରନ୍ତ ଯାଞ୍ଚ କରିବା ପରେ ଯୁବତୀଙ୍କୁ ଦେଖିବାକୁ ମିଳିଥିଲା । ଏହାପରେ ସମସ୍ତ ଅଭିଯୁକ୍ତଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖି ଗିରଫ କରିଥିଲା ପୋଲିସ ।