
ଜୀବନରେ ଅଧିକା ରୋଜଗାର କରି ବଡ଼ ଲୋକ ହେବା ଜରୁରୀ ନୁହଁ କିନ୍ତୁ ବିଶାଳ ହୃଦୟ ଭିତରେ ଭଲ ପାଇବା ଶ୍ରଦ୍ଧା ରଖିବା ନିତ୍ୟାନ୍ତ ଜରୁରୀ ।
ଆମକୁ ଯଦି କିଏ ବିନା କାରଣରେ
କଷ୍ଟ ଦେବ ସମୟ ଅନୁସାରେ ନିଜେ କଷ୍ଟ ପାଇବ, ଭଗବାନ ଦଣ୍ତ ଦେବେ ହେଲେ ଆମେ ପ୍ରତିଶୋଧ ନେବା କଥା କେବେ ଭାବିବାନି ।
ଜୀବନରେ ମଣିଷ ସବୁ ଭୂଲିଯିବ ହେଲେ ଯିଏ ତୁମକୁ ହୃଦୟକୁ ବାଧିଲା ପରି କଷ୍ଟ ଦେଇଥାଏ ତାକୁ ଭୂଲିବା ସହଜ ହୋଇନଥାଏ ।
ଜୀବନରେ ଏମିତି କର୍ମ କର ଯାହା ସମସ୍ତଙ୍କୁ ଖୁସି ଦେବା ସହ ଭଗବାନଙ୍କ ଆର୍ଶୀବାଦ ପାଇପାରିବ ।
ସଂସାର ଏକ ରଙ୍ଗ ମଂଚ ତଥାପି ଅହଙ୍କାର ଗର୍ଵ ଅନ୍ୟର କ୍ଷତି କରିବା ଏକ ପାପ ଜାଣି ମଧ୍ୟ ମଣିଷ ବାର ବାର ଭୁଲ୍ କରିଥାଏ । ସେଥିରୁ ନିବୃତ୍ତ ରହି ଭଲ ପାଇବା ଶ୍ରଦ୍ଧା ଓ ସାଧାରଣ ମଣିଷଟିଏ ହୋଇ ବଂଚିବା ହିଁ ଜୀବନ ।
ପାଣି ଫୋଟକା ଜୀବନ କାଳ ଭିତରେ ଭଲ କର୍ମ ଭଲ ପାଇବା ସତ୍ କର୍ମ, ସତ୍ ରାସ୍ତାରେ ଯିବା ନିତ୍ୟାନ୍ତ ଆବଶ୍ୟକ ଏକଥା ଯେପରି ଭୂଲିବା ନାହିଁ ,
ଆଜିର ଦିନଟି ସମସ୍ତଙ୍କର ମଙ୍ଗଳମୟ ହେଉ । ଜୟ ଜଗନ୍ନାଥ