Breaking PLUSଖେଳଦେଶମୁଖ୍ୟ ଖବରସେଲିବ୍ରିଟି
୪୯ ବର୍ଷରେ ପାଦ ଥାପିଲେ ମହାନ କ୍ରିକେଟର ସଚିନ ତେନ୍ଦୁଲକର
ସେ କେବଳ ଭାରତରେ ନୁହେଁ ବିଦେଶରେ ବି ଜଣେ ଷ୍ଟାର।

ଆଜି ହେଉଛି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଜନ୍ମଦିନ। ୪୯ ବର୍ଷରେ ପାଦ ଥାପିଲେ କ୍ରିକେଟର ସଚିନ ତେନ୍ଦୁଲକର। ସେ କେବଳ ଭାରତରେ ନୁହେଁ ବିଦେଶରେ ବି ଜଣେ ଷ୍ଟାର। ଅନେକ କ୍ରିକେଟରଙ୍କର ମଧ୍ୟରେ ସିଏ ଗୋଲ୍ଡ ମଡେଲ୍। ସଚିନ କ୍ରିକେଟ ଇତିହାସରେ ଜଣେ କିମ୍ବଦନ୍ତୀ ଖେଳାଳି। ତାଙ୍କର ବ୍ୟକ୍ତିତ୍ୱ ଯେମିତି କ୍ରିକେଟ୍କୁ ତାଙ୍କ ଅବଦାନ ବି ସେମିତି। ସଚିନଙ୍କ ଭଳି ବୋଧ ହୁଏ ଅନ୍ୟ କୌଣସି ଖେଳାଳି ଏତେ ସମ୍ମାନ ଓ ଭଲାଇପାବା ପାଇପାରି ନଥିବେ। ଆଜିର ଦିନରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି ।