ବାଣିଜ୍ୟ

ଇନ୍‌ଫୋସିସ୍‌ ପରେ ଟାଟା କମ୍ପାନୀର ନିଷ୍ପତ୍ତି

ଋଷ୍‌ରେ ବନ୍ଦ ହେବ କାରବାର

ଋଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ପ୍ରାଇଭେଟ୍‌ ସେକ୍ଟର କମ୍ପାନୀ ଟାଟା ଷ୍ଟିଲ୍‌ର ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଋଷ୍‌ରେ ବନ୍ଦ କରିବ କାରବାର । ଟାଟା ଷ୍ଟିଲ୍‌ ପୂର୍ବରୁ ଭାରତୀୟ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ ମଧ୍ୟ ଋଷ୍‌ରେ କାରବାର ବନ୍ଦ କରିବା ନେଇ ଘୋଷଣା କରିଛି । କମ୍ପାନୀର ପ୍ରବକ୍ତା ଏନେଇ କହିଛନ୍ତି ଯେ ଟାଟା ଷ୍ଟିଲ୍‌ର ଋଷ୍‌ରେ କୌଣସି ପରିଚାଳନା ନାହିଁ । କି ସେଠାରେ ତାଙ୍କର କର୍ମଚାରୀ ମଧ୍ୟ ନାହାନ୍ତି । ଆମେ ଋଷ୍‌ ସହିତ କାରବାର ବନ୍ଦ କରିବା ପାଇଁ ନିଷ୍ପତ୍ତି ବୁଝି ବିଚାରି ନେଇଛୁ । କମ୍ପାନୀ କହିଛି କାରବାରରେ ନିରନ୍ତରତା ପାଇଁ କମ୍ପାନୀର ଭାରତ, ବ୍ରିଟେନ୍‌ ଏବଂ ନେଦରଲ୍ୟାଣ୍ଡର ସମସ୍ତ ଇସ୍ପାତ କାରଖାନାରେ କଞ୍ଚାମାଲ୍‌ର ବିକଳ୍ପର ବ୍ୟବସ୍ଥା କରିଛି ।

ଏଥିରେ ଋଷ୍‌ ଉପରେ କରାଯାଉଥିବା ନିର୍ଭରତା ସମାପ୍ତ ହୋଇଯାଇଥିବା କହିଛି କମ୍ପାନୀ । ଋଷ୍‌ରୁ ବିଭିନ୍ନ ପରିଚାଳନା ପାଇଁ ସୀମିତ ପରିମାଣରେ କୋଇଲା କିଣାଯାଉଛି । କିଛିଦିନ ପୂର୍ବରୁ ଇନ୍‌ଫୋସିସ୍‌ ଋଷ୍‌ରେ କାରବାର ସମାପ୍ତ କରିବାକୁ ଘୋଷଣା କରିଛି । କହି ରଖୁଛୁ ଯେ ପାଶ୍ଚାତ୍ୟ ସହଯୋଗୀ ଦେଶ ଭାରତକୁ ଯୁଦ୍ଧ ବିରୋଧରେ ମତ ଦେବାକୁ ଆହ୍ୱାନ କରିଛନ୍ତି । ଅନେକ ପାଶ୍ଟାତ୍ୟ କମ୍ପାନୀ ଋଷ୍‌ରୁ କାର୍ଯ୍ୟ ବନ୍ଦ କରିଦେଉଥିବା ଜଣାପଡ଼ିଛି ।

Show More

Related Articles

Back to top button