
ବୃକ୍ଷ ହେଉଛି ଅମୂଲ୍ୟ ସମ୍ପଦ । ତେଣୁ ବୃକ୍ଷ ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ । ସିଟି ଡ଼ିଭିଜନ୍,କଟକ ରେଂଜ ଅଫିସ ତରଫରୁ ନିଶ୍ଚିନ୍ତକୋଇଲି ବ୍ଲକ୍ ଉତ୍ତରକୂଳ ପଞ୍ଚାୟତ ମୁଗୁରିଆ ମାହାଳହାଟ ନିକଟରେ ଥିବା ଗ୍ରାମ୍ୟ ଜଙ୍ଗଲ ନିକଟରେ ଜଙ୍ଗଲ ନିଆଁ ନୀରାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଫରେଷ୍ଟର ପ୍ରମୋଦ କୁମାର ସିଂ ଓ ଫରେଷ୍ଟ ଗାର୍ଡ଼ ଶାଲେଖା ମୁର୍ମୁ ଯୋଗଦେଇ ଗ୍ରୀଷ୍ମଋତୁରେ ଜଙ୍ଗଲକୁ କିପରି ନିଆଁ କବଳରୁ ରକ୍ଷା କରାଯାଇ ପାରିବ , ସେନେଇ ଆଲୋଚନା କରିଥିଲେ । ଏବଂ ତା’ ସହିତ ଅନେକ ସମୟରେ ଜୀବନ୍ତ ଗଛକୁ କାଟି ନେଉଥିବା ଅସାଧୁ ବ୍ୟକ୍ତିଙ୍କୁ ସେଥିରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ପରିବର୍ତ୍ତନଶୀଳ ଜଳବାୟୁକୁ ରକ୍ଷା କରିବା ପାଇଁ ନୂତନ ବୃକ୍ଷ ରୋପଣ ସହିତ ଜିଅନ୍ତା ଗଛକୁ ସୁରକ୍ଷା ପ୍ରଦାନ କରିବା ଏକାନ୍ତ କାମ୍ୟ ବୋଲି ସେମାନେ ମତ ରଖିଥିଲେ । ଏହି ଶିବିରରେ ରଘୁନାଥପୁର ଦମକଳ ବାହିନୀର ସଦସ୍ୟଙ୍କ ସମେତ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପ୍ରଦୀପ ବେହେରା, ନାଏବ ସରପଞ୍ଚ ନିମାଇଁ ମହାପାତ୍ର, ୱାର୍ଡ଼ ସଭ୍ୟ ଖଗେଶ୍ୱର ବେହେରା, ବୁଦ୍ଧିଜିବୀ ରମାକାନ୍ତ ମଲ, ରାଜକୁମାର ମହାନ୍ତି, ସୁଶାନ୍ତ ମହାନ୍ତି, ବାବୁ ମହାପାତ୍ର, ରୁଷ ମହାପାତ୍ର, ମଥୁରୀ ମହାପାତ୍ର, କାଳନ୍ଦୀ ବେହେରା, ଗୋବିନ୍ଦ ସ୍ୱାଇଁ, ଭଜନା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏବଂ ବୃକ୍ଷ ଗୁଡିକୁ ସୁରକ୍ଷା ରଖିବା ନିମନ୍ତେ ପରାମର୍ଶ ଦେଇଥିଲେ ।