Breaking PLUSଅପରାଧଦୁର୍ଘଟଣାମୁଖ୍ୟ ଖବର

କେନ୍ଦୁଝର ଜିଲ୍ଲାରେ ଏକ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

କେନ୍ଦୁଝର ଜିଲ୍ଲାରେ ଏକ ହତ୍ୟା ମାମଲା ।

କେନ୍ଦୁଝର ଜିଲ୍ଲାରେ ଏକ ହତ୍ୟା ମାମଲା । କେନ୍ଦୁଝର ଜିଲ୍ଲାର ଯୋଡ଼ା ସହରର ଗଣେଶ ଭବନଠାରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଛୁରୀ ଭୁସି ହତ୍ୟା କରିଛନ୍ତି। ମୃତକ ହେଲେ ନାଜିମ ଶେଖ(୨୨) ବର୍ଷ । ତାଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟ ମୁର୍ଶିଦାବାଦରେ। ସେ ଯୋଡ଼ାରେ ରହି ଏକ କମ୍ପାନୀର କଣ୍ଟ୍ରାକ୍ଟର ଅଧୀନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି । ପୋଲିସ ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଗଣେଶ ଭବନଠାରେ ରହୁଥିବା ନାଜିମଙ୍କୁ ଦୁଇ ଜଣ ଯୁବକ ବାହାରକୁ ଡାକିଥିଲେ। ସେ ଆସିବା ପରେ ଗେଟ ବାହାରେ କୌଣସି ଏକ କାରଣକୁ ନେଇ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା। ସେତିକିବେଳେ ଜଣେ ଯୁବକ ନାଜିମଙ୍କ ପେଟରେ ଛୁରୀ ଭୁସି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ନାଜିମଙ୍କ ସାନଭାଇ ସମୟାନ ଯୋଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଏବଂ ପୋଲିସ ତା’ର ତଦ୍ଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button