Breaking PLUSଦୁର୍ଘଟଣାଦେଶ

ଦିଲ୍ଲୀର ଗୋକାଲପୁରୀ ଗାଁରେ ଭୟଙ୍କର ଅଗ୍ନିକାଣ୍ଡ

ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଘର ପୋଡି ସଂପୂର୍ଣ୍ଣ ଭସ୍ମ

ନୂଆଦିଲ୍ଲୀ : ଦିଲ୍ଲୀର ତାନା ଅନ୍ତର୍ଗତ ଗୋକାଲପୁରୀ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଘର ପୋଡି ସଂପୂର୍ଣ୍ଣ ଭସ୍ମ ହୋଇଯାଇଛି । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଞ୍ଚି ଥିଲା । ବହୁ ପ୍ରଚେଷ୍ଟା ପରେ  ରାତି ୪ ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା ।

ଏହି ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଃଖ ପ୍ରକାଶ କରିଛନ୍ତି ଏବଂ ପୀଡିତମାନଙ୍କୁ ଭେଟିବେ ବୋଲି ଟ୍ୱିଟ କରି କହିଛନ୍ତି ।

ଉତ୍ତର ପୂର୍ବ ଦିଲ୍ଲୀର ଅତିରିକ୍ତ ଡେପୁଟି କମିଶନର କହିଛନ୍ତି ଯେ ରାତି ପ୍ରାୟ ୧ ଟା ସମୟରେ ଗୋକାଲପୁରୀ ପୋଲିସ ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଥଲା। ସଙ୍ଗେ ସଙ୍ଗେ ଏକ ଟିମ୍ ଘଟଣାସ୍ଥଳକୁ ପଠାଯାଇଥିଲା । ଏହା ପରେ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ  ବାହିନୀ ପହଁଞ୍ଚି ଥିଲା । ତେବେ ରାତି ୪ ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା, ତେବେ ସେ ପର୍ଯ୍ୟନ୍ତ ୭ ଜଣ ଲୋକ ପୋଡି ପାଉଁଶ ହୋଇଯାଇଥିଲେ। ଏବଂ ପ୍ରଚଣ୍ଡ ନିଆଁରେ ୩୦ ଚାଳିଆ ପୋଡି ପାଉଁଶ ହୋଇଯାଇଛି।

Show More

Related Articles

Back to top button