Breaking PLUSମୁଖ୍ୟ ଖବରରାଜନୀତି

ଆସନ୍ତା ୨ବର୍ଷ ପରେ ଛତିଶଗଡରେ ଲାଗୁ ହେବ ପୁରୁଣା ପେନସନ୍ ସ୍କିମ

ଛତିଶଗଡ କଂଗ୍ରେସ ସରକାର ଭୂପେଶ ବଘଲେ ରାଜ୍ୟରେ ପୁରୁଣା ପେନସନ ସ୍କିମ ଲାଗୁ କରିବା ନେଇ ଘୋଷଣା କରିଛନ୍ତି

ଛତିଶଗଡ କଂଗ୍ରେସ ସରକାର ଭୂପେଶ ବଘଲେ ରାଜ୍ୟରେ ପୁରୁଣା ପେନସନ ସ୍କିମ ଲାଗୁ କରିବା ନେଇ ଘୋଷଣା କରିଛନ୍ତି । ୨୦୦୪ ଜାନୁଆରୀ ପହିଲା ଠାରୁ ରାଜ୍ୟ ସରକାରଙ୍କ ଅଧିନରେ ନିଯୁକ୍ତ ହୋଇଥିବା ସମସ୍ତ କର୍ମଚାରୀଙ୍କ ପାଇଁ ନୂଆ ପେନସନ୍ ଯୋଜନା ପରିବର୍ତ୍ତେ ପୁରୁଣା ପେନସନ ଯୋଜନା ଲାଗୁ ହେବ ବୋଲି ସେ ଘୋଷଣା କରିଛନ୍ତି । ରାଜସ୍ଥାନ ପରେ ଏବେ ଦ୍ୱିତୀୟ ରାଜ୍ୟଭାବେ ଛତିଶଗଡରେ ପୁରୁଣା ପେନସନ୍ ସ୍କିମ ଲାଗୁ ହୋଇଛି । ପ୍ରଥମେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟରେ ପୁରୁଣା ପେନସନ ସ୍କିମ ଲାଗୁ କରିବା ନେଇ ଫେବୃଆରୀ ୨୩ ତାରିଖରେ ଘୋଷଣା କରିଥିଲେ ।

ଛତିଶଗଡ ଓ ରାଜସ୍ଥାନରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଅନୁମାନ କରାଯାଉଛି ଯେ ରାଜ୍ୟର କର୍ମଚାରୀଙ୍କୁ ସନ୍ତୁଷ୍ଟ କରିବାକୁ ଉଭୟ ରାଜ୍ୟର କଂଗ୍ରେସ ସରକାର ପୁରୁଣା ପେନସନ ଲାଗୁ କରିଛନ୍ତି । ହେଲେ କଂଗ୍ରେସ ଶାସିତ ରାଜ୍ୟମାନେ ଏଭଳି ଘୋଷଣା କରିବା ପରେ ଏବେ ବିଜେପି ଶାସିତ ରାଜ୍ୟରେ ଏନେଇ ଚାପ ପଡିବ । ବିଜେପି ଶାସିତ ରାଜ୍ୟମାନଙ୍କରେ ପୁରୁଣା ପେନସନ ସ୍କିମ ଲାଗୁ କରିବାକୁ ଦାବି ଉଠିଲାଣି ।ସେପଟେ ୟୁପି ନିର୍ବାଚନରେ ବି ପୁରୁଣା ପେନସନ ସ୍କିମକୁ ନେଇ ରାଜନୀତି ଜୋର ଧରିଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ନିର୍ବାଚନ ପ୍ରଚାର ବେଳେ ଘୋଷଣା କରିଛନ୍ତି କି, ଯଦି ରାଜ୍ୟରେ ସମାଜବାଦୀ ସରକାର ଗଠନ ହୁଏ ତେବେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ପୁଣି ପୁରୁଣା ପେନସନ ସ୍କିମ ଲାଗୁ କରାଯିବ । କହିରଖୁ କି ୨୦୦୩ ରେ କେନ୍ଦ୍ରରେ ବିଜେପି ସରକାର ଥିବା ବେଳେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପୁରୁଣା ପେନସନ ସ୍କିମକୁ ସମାପ୍ତ କରି ନୂଆ ପେନସନ ସ୍କିମ ଲାଗୁ କରିଥିଲେ ।

Show More

Related Articles

Back to top button