
ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଆସିଲା ବଡ ଖବର । ଟ୍ରେନ୍ରେ ଦୀର୍ଘ ପଥ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ପୂର୍ବରୁ ଯେପରି କମ୍ୱଳ ଓ ବେଡିଂ ଦେବାର ସୁବିଧା ଥିଲା ,ତାହାକୁ ପୁଣି ଥରେ ଲାଗୁ କରିବାକୁ ଘୋଷଣା କରିଛି ରେଳ ମନ୍ତ୍ରାଳୟ।
ସୂଚନାଯୋଗ୍ୟ କୋଭିଡ -୧୯ ମାମଲା ବୃଦ୍ଧି ହେବା ପରେ ୨୦୨୦ ରେ ସତର୍କତା ଭାବରେ ଏସି କୋଚରେ ଦିଆଯାଇଥିବା ଏହି ସୁବିଧା ରେଳବାଇ ବନ୍ଦ କରି ଦେଇଥିଲା । କରୋନା ମହାମାରୀ ସମୟରେ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ସରକାର ଧୀରେ ଧୀରେ ପୁନଃ ସ୍ଥାପନ କରୁଛନ୍ତି। ସମସ୍ତ ରେଳ ଜୋନର ଜେନେରାଲ ମ୍ୟାନେଜରମାନଙ୍କୁ ରେଳ ବୋର୍ଡ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ କୁହାଯାଇଛି ଯେ ଏସି ଏସି କୋଚ୍ ଭିତରେ ଲିନନ , କମ୍ୱଳ ଓ ଚାଦରର ସପ୍ଲାଇ ତତ୍କାଳ ପ୍ରଭାବ ପୂର୍ବକ ଆରମ୍ଭ କରାଯାଉ।
ନିକଟରେ ମାର୍ଚ୍ଚ ୨୭ ରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ଟ୍ରେନରେ ସଂରକ୍ଷିତ କୋଚ ଲଗାଇବା ପାଇଁ ରେଳବାଇ ମଧ୍ୟ ଏକ ବଡ ନିଷ୍ପତ୍ତି ନେଇଥିଲା। ରେଳବାଇର ଏହି ପଦକ୍ଷେପ ସହିତ କୋଟି କୋଟି ଯାତ୍ରୀ ପୂର୍ବ ଭଳି ଶସ୍ତା ଟିକେଟରେ ଯାତ୍ରା କରିପାରିବେ। ବର୍ତ୍ତମାନ ଏସି କୋଚରେ ଲାଇଲନ୍, କମ୍ବଳ ଏବଂ ପରଦା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ଯାତ୍ରୀମାନେ ବହୁତ ଆରାମ ପାଇବେ।