Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ପରାଜୟ ।

ଉଦ୍ଧମ ସିଂ ନଗରର ଖାତିମା ଆସନରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିର୍ବାଚନ ହାରିଯାଇଛନ୍ତି ।

ଉତ୍ତରାଖଣ୍ଡରେ ବିଜେପିର ବଡ଼ ବିଜୟକୁ ନେଇ ଖୁସି ହେଉଥିବା ବେଳେ ଏକ ଦୁଃଖଦ ଝଟକାର ସମ୍ମୁଖୀନ ହୋଇଛନ୍ତି । ଉଦ୍ଧମ ସିଂ ନଗରର ଖାତିମା ଆସନରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିର୍ବାଚନ ହାରିଯାଇଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ ଭୁବନ ଚନ୍ଦ୍ର କାପ୍ରିଙ୍କଠାରୁ ୭ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି । ଏହି ଆସନରୁ ଧାମି ୨୦୧୨ ଓ ୨୦୧୭ ନିର୍ବାଚନରେ ବିଜୟୀ ହୋଇଥିଲେ । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ୱତ ମଧ୍ୟ ହାରିଯାଇଛନ୍ତି । ସେ ଲାଲକୁଆଁ ଆସନରୁ ହାରିଯାଇଛନ୍ତି । ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟଙ୍କଠାରୁ ୧୪ ହଜାର ଭୋଟରେ ପରାସ୍ତ ହୋଇଛନ୍ତି ।

Show More

Related Articles

Back to top button