
ଗତ ୬ଦିନ ହେବ ୟୁକ୍ରେନ୍ ଏବଂ ଋଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି,ଯାହା ଅତ୍ୟନ୍ତ ଦୁଃଖର ବିଷୟ ଅଟେ । ୟୁକ୍ରେନ୍ର କିଭ୍ରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଋଷର ମିସାଇଲ ମାଡରେ ଏହି ମୃତ୍ୟୁ ହୋଇଥିବା ଜଣାପଡିଛି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ଭାରତୀୟ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗତୀ ।
ତେବେ ମୃତ ଛାତ୍ର ଜଣକ କର୍ଣ୍ଣାଟକ ଅଞ୍ଚଳର ନବୀନ ଏସଜି ବୋଲି ଜଣାପଡିଥିବା ବେଳେ ଅଧିକ ସନ୍ଧାନ ଜାରି ରହିଛି । ସେ ୟୁକ୍ରେନରେ ରହି ଚତୁର୍ଥ ବର୍ଷ ଡାକ୍ତରୀ ପଢୁଥିଲେ । ଏମଇଏ ପକ୍ଷରୁ ସଂପୃକ୍ତ ଛାତ୍ରଙ୍କ ପରିବାର ସହ ଯୋଗାଯୋଗ ଆରମ୍ଭ ହେଇଛି ।
ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପାଇଁ ମନ୍ତ୍ରାଳୟ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି । ଏହାସହ ଋଷ ଏବଂ ୟୁକ୍ରେନ ସହ ଆଲୋଚନା କରିଛନ୍ତି ବୈଦେଶିକ ସଚିବ । ୟୁକ୍ରେନରେ ଫସି ରହିଥିବା ଅନ୍ୟାନା ଭାରତୀୟ ଛାତ୍ରଛାତ୍ରୀମାଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗରେ ଆଲୋତନା କରିଛନ୍ତି ।