Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆଜିର ମୁଖ୍ୟ ଖବର

ଆଜିଠାରୁ କ୍ଲାସରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା, ସ୍ଵତନ୍ତ୍ର ପୁସ୍ତିକା କୋର୍ସରେ ସାମିଲ କରିବାକୁ ଯୋଜନା ।

ତାରିଖ ୨୮-୦୨-୨୦୨୨/ସୋମବାର

୧-ଆଜିଠାରୁ କ୍ଲାସରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା, ସ୍ଵତନ୍ତ୍ର ପୁସ୍ତିକା କୋର୍ସରେ ସାମିଲ କରିବାକୁ ଯୋଜନା ।

୨-ଆଶା ଅନୁସାରେ ବିଶ୍ବର ୧୦ନଂ ଦଳ ଶ୍ରୀଲଙ୍କା ବିପକ୍ଷରେ ୧ନଂ ଦଳ ଭାରତ ୩ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଛି। ୩ଟି ଯାକ ମ୍ୟାଚ୍‌କୁ ଭାରତ ସହଜରେ ଜିତିପାରିଛି। ରବିବାର ୩ୟ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬ ୱିକେଟରେ ଭାରତ ପରାସ୍ତ କରିଛି ।

୩-ରୁଷ ଘନ ଘନ ଆକ୍ରମଣ କରି ୟୁକ୍ରେନର ରାଜଧାନୀ କିଭ ନିକଟତର ହେଲାଣି। ତେବେ ଏହି ଯୁଦ୍ଧ ଉପରେ ବିରାମ ଲାଗିବ ନା ଆହୁରି ଭୟଙ୍କର ହେବା ତାହା କହିବା ମୁସ୍କିଲ। ଏହା ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏକ ପ୍ରତିନିଧିମଣ୍ଡଳ ରୁଷ ଅଧିକାରୀଙ୍କୁ ଭେଟିବେ। ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କ କାର୍ଯ୍ୟାଳୟ କହିଛନ୍ତି, ଉଭୟ ପକ୍ଷ ବେଲାରୁସ ସୀମାରେ ଏକ ଅନିର୍ଦ୍ଦିଷ୍ଟ ସ୍ଥାନରେ ସାକ୍ଷାତ କରିବେ। ତେବେ ବୈଠକର କୌଣସି ନିର୍ଦ୍ଧାରିତ ସମୟ ଜଣାଇ ନାହିଁ ରାଷ୍ଟ୍ରପତି କାର୍ଯ୍ୟାଳୟ।

୪-ରୁଷିଆ ବିମାନ ପାଇଁ ୟୁରୋପିୟ ଦେଶ ଓ କାନାଡା ତାଙ୍କର ଏୟାରସ୍ପେସ୍‌ ବନ୍ଦ କରି ଦେଇଛନ୍ତି। ୟୁକ୍ରେନ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବା ଲାଗି ଏଭଳି ଅପ୍ରତ୍ୟାଶିତ ପଦକ୍ଷେପ ନିଆଯାଇଛି।

୫-ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ଆରମ୍ଭ ପୂର୍ବରୁ ଋଷ ପରମାଣୁ ବାହିନୀକୁ ‘ହାଇଆଲର୍ଟ’ରେ ରଖିଲେ ରାଷ୍ଟ୍ରପତି ପୁଟିନ୍‌ ।

୬-ୟୁକ୍ରେନରେ ଭାରତୀୟ ଛାତ୍ରମାନେ ଭାରତ ଫେରିବା ପାଇଁ ପୋଲାଣ୍ଡ ସୀମାକୁ ଆସୁଥିବା ବେଳେ ସେମାନଙ୍କ ପାଇଁ ୟୁକ୍ରେନ୍‌ ସୈନିକ ନାନା ସମସ୍ୟା ସୃଷ୍ଟି କରିଛନ୍ତି। ଦୁଇ ଦିନ ତଳେ କିଛି ୟୁକ୍ରେନ୍‌ ସୈନିକ ଭାରତୀୟ ଛାତ୍ରଙ୍କ ଏକ ଗୋଷ୍ଠୀକୁ ଜବରଦସ୍ତ ଅଟକାଇବା ସହ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

୭-ରାଷ୍ଟ୍ରପତି ଜେଲେନସ୍କିଙ୍କ ଭାଷଣ ଟ୍ରାନ୍ସଲେଟ୍ ସମୟରେ କାନ୍ଦିବାକୁ ଲାଗିଲେ ଅନୁବାଦକ, ଭିଡିଓ ଭାଇରାଲ୍ ।

୮–‘ବୋମା ଶବ୍ଦ ଶୁଣି ଭୟରେ କାନ୍ଦୁଛି ମୋ କୁକୁର, ତା’ବିନା ମୁଁ ୟୁକ୍ରେନ ଛାଡ଼ି ପାରିବି ନାହିଁ’: ବଙ୍କରରେ ଫସିଥିବା ଭାରତୀୟ ଛାତ୍ର

୯-ପଶ୍ଚିମ ଓଡିଶାରେ ବିଜେଡିର ଦବଦବା: ବଡ ଚେହେରା ଥାଇ ବି ଗଡ଼ ରକ୍ଷା କରିପାରିଲାନି ବିଜେପି ।

୧୦-ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟ୍ ଖେଳାଳି ବିନୋଦ କାମ୍ବଲିଙ୍କୁ ମୁମ୍ବାଇ ପୋଲିସ ରବିବାର ଗିରଫ କରିଛି। ମୁମ୍ବାଇର ବାନ୍ଦ୍ରାରେ ବିନୋଦ କାମ୍ବଲି ନିଶାରେ ଗାଡି ଚଳାଇ ଏକ କାରକୁ ଧକ୍କା ଦେଇଛନ୍ତି। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନସ୍ଵରୂପ କାମ୍ବଲିଙ୍କୁ ଗିରଫ କରିଛି। ତେବେ ପରବର୍ତ୍ତୀ ସମୟରେ କାମ୍ବଲିଙ୍କୁ ଜାମିନ ମିଳି ଯାଇଛି।

୧୧-ଫଳାଫଳକୁ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବୟାନ: କହିଲେ, ଏଭଳି ଟ୍ରେଣ୍ଡ ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ।

୧୨-କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: ମନରେଗାରେ ଲୋକପାଳ ନିଯୁକ୍ତ କରିନଥିବା ରାଜ୍ୟକୁ ଝଟକା, ଆସନ୍ତା ବର୍ଷ ମିଳିବନି ପାଣ୍ଠି ।

୧୩-ଏଫ୍‍ଆଇଏଚ୍‍ ମହିଳା ପ୍ରୋ ଲିଗ୍‍ ହକିରେ ପଦାର୍ପଣ କରିଥିବା ଭାରତ ପ୍ରଥମ ପରାଜୟ ବରଣ କରିଛି। କଳିଙ୍ଗ ଷ୍ଟାଡ଼ିୟମରେ ରବିବାର ଖେଳା ଯାଇଥିବା ମ୍ୟାଚରେ ଭାରତକୁ ୪-୩ ଗୋଲ୍‌ରେ ସ୍ପେନ୍‌ ପରାସ୍ତ କରିଛି।

୧୪-ଏଫ୍‍ଆଇଏଚ୍‍ ପ୍ରୋ ଲିଗ୍‍ ପୁରୁଷ ହକି ପ୍ରତିଯୋଗିତାରେ ଭାରତ ୨ୟ ପରାଜୟ ବରଣ କରିଥିବା ବେଳେ ସ୍ପେନ୍‌ ପ୍ରଥମ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଖେଳା ଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ସ୍ପେନ୍‌ ୫-୩ ଗୋଲରେ ଭାରତକୁ ପରାସ୍ତ କରିଛି ।

୧୫-ୟୁକ୍ରେନରେ ଅଟକି ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ‘ଅପରେସନ୍ ଗଙ୍ଗା’ରେ ଯୋଗଦେଲା ଇଣ୍ଡିଗୋ ।

୧୬-ୟୁକ୍ରେନ ସଂକଟ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଭାରତୀୟ ନାଗରିକଙ୍କ ପାଇଁ MEA ଖୋଲିଲା ନୂଆ ଟ୍ୱିଟର ହ୍ୟାଣ୍ଡେଲ ।

 

Show More

Related Articles

Back to top button