କଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତିମନୋରଞ୍ଜନମୁଖ୍ୟ ଖବର

ଆସନ୍ତା କାଲି ମହା ଶିବରାତ୍ରୀ

ରାତିପାହିଲେ ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ।

ରାତିପାହିଲେ ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା । ଏନେଇ ବାବା ଆଖଣ୍ଡଳମଣୀଙ୍କ ପୀଠରେ ପ୍ରସ୍ତୁତି ଚାଲିଛି । ବାବାଙ୍କ ନୀତିକାନ୍ତି କେତେବେଳେ ହେବ ଓ ମହାଦୀପ କେତେବେଳେ ଉଠିବ ତାହାର ଚୂଡାନ୍ତ ଚିଠା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି । ମଙ୍ଗଳବାର ଭୋର ୪ଟାରୁ ବାବାଙ୍କ ଆଳତି କରାଯିବ । ୪ଟା ୩୦ ମିନିଟରେ କନିକା ରାଜାଙ୍କର ପହିଲି ଘର୍ଷଣ ଲାଗି ହେବ । ସକାଳ ୫ଟାରେ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡି ଅନ୍ନନୀତି ଭୋଗ ଲାଗି ହେବ । ସକାଳ ୫ଟାରୁ ୧୧ ପର୍ଯ୍ୟନ୍ତ ସର୍ବ ସାଧାରଣ ଦେବ ଦେବ ମହାଦେବଙ୍କ ଦର୍ଶନ କରିପାରିବେ । ସେହିପରି ସନ୍ଧ୍ୟା ୬ଟାରେ ପ୍ରଥମ ପହର ଘର୍ଷଣ ଲାଗି, ଜଳାଭିଷେକ, ପଞ୍ଚ ଉପଚାର ପୂଜା କରାଯିବ । ସନ୍ଧ୍ୟା ୮ଟାରେ ଦ୍ୱିତୀୟ ପ୍ରହର ଘର୍ଷଣ ଲାଗି, ଜଳାଭିଷେକ, ମଧୂସ୍ନାନ, ପଞ୍ଚ ଉପଚାର ପୂଜା ନୀତି ସମ୍ପନ୍ନ ହେବ ।

ଏହାସହିତ ରାତି ୧୦ଟାରେ ତୃତୀୟ ପହର ଘର୍ଷଣ ଲାଗି, ଜଳାଭିଷେକ, ଦୁଗ୍ଧସ୍ନାନ, ପଞ୍ଚ ଉପତାର ରୀତି ହେବ । ସେହିପରି ରାତି ୧୧ଟାରେ ବାବାଙ୍କ ଚତୁର୍ଥ ପ୍ରହର ପୂଜା ପରେ ୧୦୮ କଳସ ଜଳଲାଗି ହେବ ।

ରାତି ୧୨ଟାରେ ସୁନାବେଶ, ଗୋଟାଏ ୩୦ରେ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହେବ । ରାତି ୨ଟାରେ ମହାଦୀପ ପ୍ରସ୍ତୁତି ହେବ । ରାତି ୩ଟା ୧୫ ମିନିଟରେ ମହାଦୀପ ଷୋଡଶ ଉପଚାରରେ ପୂଜା ପ୍ରତିଷ୍ଠା ଆରମ୍ଭ ହେବ । ଭୋର ୪ଟାରେ ମହାଦୀପ ବେଢା ପରିକ୍ରମା କରାଯିବ । ୪ଟା ୩୦ରୁ ୫ ଟା ମଧ୍ୟରେ ମହାଦୀପ ମନ୍ଦିର ଚୂଡାରେ ସ୍ଥାପନ ହେବ ।

Show More

Related Articles

Back to top button