ଜୀବନଚର୍ଯ୍ୟାଦୁର୍ଘଟଣାବ୍ୟକ୍ତିତ୍ୱମୁଖ୍ୟ ଖବରଶିକ୍ଷା

ବିଷ ପିଇ ଆତ୍ମହତ୍ୟା କଲେ ଛାତ୍ରୀ ।

ସ୍କୁଲ ଯିବାକୁ କହିବାରୁ ବିଷ ପିଇ ଆତ୍ମହତ୍ୟା କଲେ ଛାତ୍ରୀ ।

ମାଲକାନଗିରି : ସ୍କୁଲ ଯିବାକୁ କହିବାରୁ ବିଷ ପିଇ ଆତ୍ମହତ୍ୟା କଲେ ଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଭିମାରାଙ୍ଗିଣି ଗାଁରେ । ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାର ଭିମାରାଙ୍ଗିଣି ଗାଁର ମହେନ୍ଦ୍ର ରାୟଙ୍କ ଝିଅ ଆନି । କୋଭିଡ୍ ସଂକ୍ରମଣ ଯୋଗୁଁ ଦୀର୍ଘ ମାସ ସ୍କୁଲ ବନ୍ଦ ରହିବା ପରେ ଏବେ ସ୍କୁଲ ଖୋଲିଛି । ଏନେଇ ପରିବାର ଲୋକେ ଝିଅକୁ ସ୍କୁଲ ଯିବା ପାଇଁ କହିବାରୁ  ଝିଅ ସ୍କୁଲ ଯିବାପାଇଁ ମନା କରିଦେଇଥିଲା । ପରିବାର ଲୋକ ଝିଅକୁ ସ୍କୁଲ ଯିବାକୁ ତାଗିଦ୍ କରିବାରୁ ଛାତ୍ରୀ ଜଣକ ରାଗି ଯାଇ ବିଷ ପିଇ ଦେଇଥିଲେ । ଯାହାକି ପରିବାର ଲୋକଙ୍କୁ ମହଙ୍ଗା ପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି

 

 

Show More

Related Articles

Back to top button