ସାରା ବିଶ୍ୱରେ କରୋନାର ଆକ୍ରାନ୍ତ ଜାରି ରହିଛି । ଆଲଫା, ଡେଲଟା ପରେ ଏବେ ଓମିକ୍ରନ୍ ଭାରିଆଣ୍ଟ ଆତଙ୍କରେ ଆତଙ୍କିତ ସାରା ବିଶ୍ୱ । ଭବିଷ୍ୟତରେ ଆହୁରି ମଧ୍ୟ ଭାରିଆଣ୍ଟ ଆସିପାରେ ବୋଲି ବିଶେଷଜ୍ଞମାନେ ଦାବି କରୁଛନ୍ତି । ଆହୁରି ୪ଟି ଭାରିଆଣ୍ଟ ଆସିପାରେ ବୋଲି ସେମାନେ ଅନୁମାନ କରୁଛନ୍ତି ।
ବିଶେଷଜ୍ଞଙ୍କ କହିବାନୁସାରେ, ଗତ ୨ ବର୍ଷରେ ୫ଟି ଭାରିଆଣ୍ଟ ସାମ୍ନାକୁ ଆସିଛି । ଓମିକ୍ରନ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ସାମ୍ନାକୁ ଆସିଥିଲା । ନେଚର ପଏଣ୍ଟର ରିପୋର୍ଟ ଅନୁସାରେ, ପ୍ରଥମେ ସିନାରିଓ ୧ ଭାରିଆଣ୍ଟ ଆସିପାରେ । ଏଥିରେ ମିଳିମିଳା ଭଳି ଲକ୍ଷଣ ଦେଖା ଦେଇପାରେ । ଛୋଟ ପିଲାଙ୍କୁ ଏହା ହୋଇପାରେ ।
ସେହିପରି ସିନାରିଓ ୨ ଭାରିଆଣ୍ଟ ଛୋଟ ଶିଶୁଙ୍କୁ ଅଧିକ ପ୍ରଭାବିତ କରିବ । ନବଜାତକମାନେ ହସ୍ପିଟାଲରେ ଭର୍ତ୍ତି ହୋଇପାରନ୍ତି । କିନ୍ତୁ ବେଶୀ କିଛି କ୍ଷତି ହେବ ନାହିଁ । ତୃତୀୟରେ ଆସିବ ସିନାରିଓ ୩ ଭାରିଆଣ୍ଟ । ଯେଉଁଥିରେ ଏନଫ୍ଲୁଏଞ୍ଜା ଭଳି ଲକ୍ଷଣ ଦେଖାଦେବ । ଏହା ଯୁବପୀଢିଙ୍କୁ ଆକ୍ରାନ୍ତ କରିବ ବୋଲି ଅନୁମାନ କରାଯାଉଛି ।
ସେହିପରି ସିନାରିଓ ୪ ଭାରିଆଣ୍ଟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିପାରେ । ଏଥିରେ ଏନଫ୍ଲୁଏଞ୍ଜା ୨ ଭଳି ଲକ୍ଷଣ ଦେଖାଦେବ । କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଶିଶୁଙ୍କୁ ଏହା ଅଧିକ ମାତ୍ରାରେ ସଂକ୍ରମିତ କରିବ ।
କଣ କହୁଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବାନୁସାରେ, ନୂଆ ଭାରିଆଣ୍ଟ ଅଧିକ ସଂକ୍ରାମକ ହେବ । ତେବେ ଏଥିରେ ଆକ୍ରାନ୍ତ ଅଧିକ ଗୁରୁତର ହେବେ ନା ନାହିଁ ତାହା ଜଣା ପଡିନାହିଁ । ନୂଆ ଭାରିଆଣ୍ଟ ଓମିକ୍ରନ୍ ଅପେକ୍ଷା ସାଙ୍ଘାତିକ ହେବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।