
ବର୍ତ୍ତମାନ ରାଜ୍ୟରେ କୋଭିଡ ସ୍ଥିତି ସୁଧୁରୁଛି। ଲଗାତାର ପଜିଟିଭିଟି ରେଟ କମିଚାଲିଛି । ରାଜ୍ୟର କେଉଁ ଅଞ୍ଚଳରେ ପଜିଟିଭ ବଢ଼ୁଛି କେଉଁଠି କମୁଛି, ଆମେ ସରକାରଙ୍କୁ ଟେକ୍ନିକାଲ ଇନପୁଟ ଦେବୁ । ଅନ୍ୟ ବିଭାଗ ବି ଇନପୁଟ ଦେଉଛନ୍ତି । ସବୁ ପ୍ରକାର ତଥ୍ୟକୁ ବିଶ୍ଳେଷଣ କରି ସରକାର ଫେବ୍ରୁଆରୀ କଟକଣା କୋହଳ ନେଇ ଶେଷ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ନିଓକୋଭର ଯେଉଁ ଭାରିଆଣ୍ଟ ବାହାରିଛି । ତାହା ଏବେ ପକ୍ଷୀଠାରେ ଦେଖିବାକୁ ମିଳୁଛି । ଏହା ପକ୍ଷୀରୁ ମଣିଷ ପାଖକୁ କେତେ ସଂକ୍ରମିତ ହେଉଥିବା ସେନେଇ କାହା ପାଖରେ ତଥ୍ୟ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଆନ୍ତର୍ଜାତିକ ବିଶେଷଜ୍ଞ ଏନେଇ କଣ କହୁଛନ୍ତି, ତାକୁ ଅପେକ୍ଷା କରିବା । ତଥ୍ୟ ମିଳିବା ପରେ ତାକୁ ତର୍ଜମା କରାଯିବ ।