Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

ନୂଆବର୍ଷ ପାଇଁ ଆସିବ ଗାଇଡଲାଇନ୍

ରାଜ୍ୟ ସରକାରଙ୍କ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଦିନକୁ ଦିନ ଡରାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଏହି ଭୟ ଭିତରେ ଆସୁଛି ନୂଆ ବର୍ଷ । ନୂଆବର୍ଷରେ ଯେପରି ଲୋକେ ବହୁମାତ୍ରାରେ ଏକାଠି ନହୁଅନ୍ତି, ଯେପରି ସଂକ୍ରମଣ ନ ବଢିବ ସେନେଇ ଆସିପାରେ ନୂଆବର୍ଷ ଗାଇଡଲାଇନ୍ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କଟକଣା ବଢାଇବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି ।

ସ୍ଥିତି ଦେଖି କଟକଣା କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ତୁରନ୍ତ ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି । ପଜିଟିଭ୍ ଓ ସିଟି ଭ୍ୟାଲୁ ଥିବା ଲୋକଙ୍କ ଜିନମ ସିକ୍ୱେନ୍ସିଂ ହେବ । ହଷ୍ଟେଲରେ ପିଲାଙ୍କ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଅଲଗା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Show More

Related Articles

Back to top button