
ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ ଏଥର ପୁଲିସ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଘର ପାଇଁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ । ପୂର୍ବରୁ ସରକାରୀ ଘର ଅଭାବରୁ ଘର ଭଡ଼ା ପାଇଁ ନୟାନ୍ତ ହେବାକୁ ପଡ଼ୁଥିଲା । ଥାନାଠାରୁ ଦୂରେରେ ରହୁଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ହେଲେ ଏବେ ନିଜ ଥାନା ଅଞ୍ଚଳରେ ଘର ଯୋଗାଇ ଦିଆଯିବ ।
ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ୫୦୪ ପୁଲିସ କ୍ୱାର୍ଟର୍ର ଭିତ୍ତିପ୍ରସ୍ଥର ସ୍ଥାପନ କରି ଏଭଳି ବାର୍ତ୍ତା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଏହି କ୍ୱାର୍ଟର୍ସ ଯୋଗାଇ ଦିଆଯିବ । ଯେଉଁଥିରେ ମୋଟ୍ ପ୍ରକଳ୍ପର ଏକ-ତୃତୀୟାଂଶ କନଷ୍ଟେବଳ ଏବଂ ହେଡ୍-କନଷ୍ଟେବଳଙ୍କୁ ଦିଆଯିବ । ସେହିପରି ଆଇଆଇସି, ଏସ୍ଆଇ, ଏଏସ୍ଆଇସ୍ତରର ଅଧିକାରୀଙ୍କୁ ମଧ୍ୟ ଏହି କ୍ୱାର୍ଟର୍ ମିଳିବ । ରାଜଧାନୀର ଯାଁଳା ଅଞ୍ଚଳରେ ୫୬ଟି ଇ-ଟାଇପ୍, ରିଜର୍ଭ ପୁଲିସ ଲାଇନ୍ରେ ୨୮ଟି ଡି-ଟାଇପ୍ ଓ ୫୬ଟି ଏଫ୍ -ଟାଇଫ୍, ତମାଣ୍ଡୋ, ଏୟାରଫିଲ୍ଡ, ବଡ଼ଗଡ଼ ଅଞ୍ଚଳରେ ୨୮ଟି ଲେଖାଏଁ ଇ-ଟାଇପ୍, ବଡ଼ଗଡ଼, ଲକ୍ଷ୍ମୀସାଗର ଅଞ୍ଚଳରେ ୨୮ଟି ଲେଖାଏଁ ଏଫ୍-ଟାଇପ୍ । ଏହାଛଡ଼ା ଭୁବନେଶ୍ୱର ୟୁପିଟିଟିଆଇ କ୍ୟାମ୍ପସ୍ରେ ମଧ୍ୟ ୨୪୪ଟି ଏଫ୍-ଟାଇପ୍ କ୍ୱାର୍ଟର୍ ନିର୍ମାଣ ହେବ । ଆସନ୍ତା ୫ବର୍ଷ ମଧ୍ୟରେ ରାଜଧାନୀରେ ଆହୁରି ଅଧିକ ଘର ନିର୍ମାଣ ସହ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ କ୍ୱାର୍ଟର୍ ନିର୍ମାଣ ହେବ ବୋଲି ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି ।