ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୯୬ କରୋନା ଆକ୍ରାନ୍ତ ଚିହ୍ନଟ

ରାଜଧାନୀ ଭୁବନେଶ୍ୱରରେ ଧିରେ ଧିରେ ତଳକୁ ଖସୁଛି କରୋନା ସଂକ୍ରମଣ । ଗତକାଲି ରାଜଧାନୀରେ ୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଏହି ସଂଖ୍ୟା ୯୬ ରହିଛି । ତେବେ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦ରୁ ତଳକୁ ଖସି ଆସିଥିବା ଏକ ପ୍ରକାର ଆଶ୍ୱସ୍ତିର ଖବର ବୋଲି କୁହାଯାଇପାରେ ।
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୧୨୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।
ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୯ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୭୭ଜଣ ରହିଛନ୍ତି । ଏଯାବତ ରାଜଧାନୀରୁ ୧୨୦୮୯୮ଜଣ ଚିହ୍ନଟ ହୋଇଥିବା ବେଳେ ୧୧୮୩୮୬ଜଣ କରୋନାରେ ସଂକ୍ରମିତ ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି । ଏବେ ବି ଭୁବନେଶ୍ୱରରେ ୧୪୦୭ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ବେଳେ ୧୦୮୪ଜଣଙ୍କର ମୃତ୍ୟୁ ହୋଇଛି । ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏବେ ବି ଆମକୁ ସତର୍କ ରହିବା ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।
Update on newly detected #COVID19 cases in the last 24hrs under the BMC area on
25th November (till 9am). pic.twitter.com/4hoRRQNRNW— BMC (@bmcbbsr) November 25, 2021