ଓଡ଼ିଶାମୁଖ୍ୟ ଖବର

ଖୁବଶୀଘ୍ର ରାଜ୍ୟରେ ୪କୋଟି ଟପିବ ଟିକାକରଣ

ନିକଟରେ ଭାରତ ୧୦୦ କୋଟି ଟିକାଦାନର ବିରଳ ରେକର୍ଡ କରିଥିବା ବେଳେ ଏବେ ୪ କୋଟି ଟିକାକରଣ ପୁରା କରିବାକୁ ଯାଉଛି ଆମ ରାଜ୍ୟ । ରାଜ୍ୟରେ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନ ଆଉ କିଛି ଦିନ ମଧ୍ୟରେ ୪ କୋଟି ଟପିବ ।

ବର୍ତ୍ତମାନ ରାଜ୍ୟରେ ପ୍ରଥମ ଡୋଜ ଅପେକ୍ଷା ଦ୍ୱିତୀୟ ଡୋଜ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ହିତାଧିକାରୀ । ସ୍ଵାସ୍ଥ୍ୟକର୍ମୀ ଶତ ପ୍ରତିଶତ ଟିକା ନେଇଥିବା ବେଳେ କୋରୋନା ଯୋଦ୍ଧା ୯୯ ପ୍ରତିଶତ, ୪୫ ବର୍ଷରୁ ଊର୍ଦ୍ଧ୍ୱ ୮୫ ପ୍ରତିଶତ ଏବଂ ଯୁବବର୍ଗଙ୍କ ୭୬ ପ୍ରତିଶତ ଟିକାକରଣ ହୋଇଛି । ସୂଚନା ଅନୁଯାୟୀ, ରାଜ୍ୟରେ ମଙ୍ଗଳବାର ଦିନ ୨,୪୪୮ଟି କେନ୍ଦ୍ରରେ ଟିକାକରଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୯୪ ଲକ୍ଷ ୧୬ ହଜାର ୩୨୦ ଡୋଜ ନେଇଛନ୍ତି ଲୋକେ । ସେଥିମଧ୍ୟରୁ ୨ କୋଟି ୬୫ ଲକ୍ଷ ୭ ହଜାର ୫୭୯ ଜଣ ପ୍ରଥମ ଡୋଜ ନେଇଥିବାବେଳେ ୧ କୋଟି ୨୯ଲକ୍ଷ ୮ ହଜାର ୭୪୧ ଜଣଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୯୬ ହଜାର ୩୧୫ ଡୋଜ ଟିକା ନେଇଛନ୍ତି ଗର୍ଭବତୀଙ୍କୁ । ମୋଟ ଟିକାକରଣ ମଧ୍ୟରେ ୧ କୋଟି ୯୭ ଲକ୍ଷ ୬୦ ହଜାର ୭୪୬ ଡୋଜ ପୁରୁଷ ନେଇଛନ୍ତି । ୧ କୋଟି ୯୬ ଲକ୍ଷ ୪୬ ହଜାର ୩୫୨ ଡୋଜ ମହିଳାଙ୍କୁ ଦିଆସରିଛି । ଯାହାମଧ୍ୟରେ କୋଭାକ୍ସିନ ଟିକା ଡୋଜ ସଂଖ୍ୟା ୪୭ ଲକ୍ଷ ୫୮ ହଜାର ୨୪ ଏବଂ କୋଭିସିଲ୍ଡ ସଂଖ୍ୟା ୪୬ ଲକ୍ଷ ୫୨ ହଜାର ୩୯୯ ରହିଛି । ରାଜ୍ୟରେ ପ୍ରଥମ ଡୋଜ ଅପେକ୍ଷା ଦ୍ଵିତୀୟ ଡୋଜ ନେବାକୁ ହିତାଧିକାରୀ ଆଗ୍ରହ ପ୍ରକାଶ କରୁନାହାନ୍ତି । ଯାହାଫଳରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ଘର ଘର ଟିକା କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି ।

Show More

Related Articles

Back to top button