Breaking PLUS

ଆସନ୍ତା ସପ୍ତାହରେ ପୁଣି ବଢିବ LPG ଦର

ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ରନ୍ଧନ ଗ୍ୟାସ ଦର ମଧ୍ୟ ବଢିବାରେ ଲାଗିଛି । ଏଲପିଜି ବିକ୍ରିରେ ହୋଇଥିବା କ୍ଷତି ବୃଦ୍ଧି ପାଇ ସିଲିଣ୍ଡର ପିଛା ୧୦୦ ଟଙ୍କାରେ ପହଞ୍ଚିଛି । ରିପୋର୍ଟ ଅନୁଯାୟୀ ଅକ୍ଟୋବର ୬ ତାରିଖରେ ସିଲିଣ୍ଡର ପିଛା ୧୫ ଟଙ୍କାକୁ ବୃଦ୍ଧି ପାଇଛି । ଜୁଲାଇ ପର ଠାରୁ ୧୪.୨ କିଲୋଗ୍ରାମରେ ପ୍ରାୟ ୯୦ ଟଙ୍କା ବୃଦ୍ଧି ପାଇଛି ।

ଏଲପିଜିର ବିକ୍ରି ଉପରେ କ୍ଷତି ବୃଦ୍ଧି ପାଇ ସିଲିଣ୍ଡର ପିଛା ୧୦୦ ଟଙ୍କାକୁ ବଢିଛି । ଆନ୍ତର୍ଜାତୀୟ ବଜାରରେ ଗ୍ୟାସର ଦାମ୍ ବଢି ଅନେକ ବର୍ଷର ରେକର୍ଡକୁ ଭାଙ୍ଗିଛି । ସେହିପରି ସାଉଦିରେ ଏଲପିଜିର ଦରରେ ୬୦ ପ୍ରତିଶତ ବୃଦ୍ଧି ସହ ଚଳିତ ମାସରେ ୮୦୦ ଡଲାର ପ୍ରତି ଟନରେ ପହଞ୍ଚିଛି ।

ଏଥି ସହିତ ଅନ୍ତର୍ଜାତୀୟ ମାନଦଣ୍ଡ ବ୍ରେଣ୍ଟ ଅଶୋଧିତ ତୖେଳ ବ୍ୟାରେଲ ପିଛା ୮୫.୪୨ ଡଲାରରେ କାରବାର କରୁଛି । ରିପୋର୍ଟ ଅନୁଯାୟୀ, ଅନ୍ୟଏକ ରିପୋର୍ଟ ଅନୁଯାୟୀ ଏଲପିଜି ଏପର୍ଯ୍ୟନ୍ତ ନିୟନ୍ତ୍ରିତ ଦ୍ରବ୍ୟ । ତେଣୁ ବୖେଷୟିକ ଭିତ୍ତିରେ ସରକାର ଖୁଚୁରା ମୂଲ୍ୟକୁ ନିୟନ୍ତ୍ରଣ କରିପାରିବେ । କିନ୍ତୁ ଯଦି ସେମାନେ ଏଭଳି କରିବେ, ତେବେ ତୖେଳ କମ୍ପାନୀଗୁଡିକୁ ଅଣ୍ଡର-ରିକୋଭରି କିମ୍ବା କ୍ଷତିର ଭରଣା କରିବାକୁ ପଡିବ । ସରକାର ଗତ ବର୍ଷ ଏଲପିଜି ଉପରେ ସବସିଡି ହଟାଇ ଦେଇଥିଲେ ।

Show More

Related Articles

Back to top button