Breaking PLUSଖେଳ

ଟି୨୦ ବିଶ୍ୱକପ : ୮ ଓ୍ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି ଇଂଲଣ୍ଡ

ଚଳିତ ଟି୨୦ ବିଶ୍ୱକପରେ ଇଂଲଣ୍ଡ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଜାସନ ରୟଙ୍କ ଚମତ୍କାର ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ୮ ଉଇକେଟରେ ବାଂଲାଦେଶକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୦ ଓଭରରେ ୯ ଉଇକେଟ ହରାଇ ୧୨୪ ରନ କରିଥିଲା । ମୁସଫିକର ରହିମ ଦଳ ପକ୍ଷରୁ ସର୍ବାଧିକ ୨୯ ରନ କରିଥିଲେ । ଟାଇମଲ ମିଲ୍ସ ଇଂଲଣ୍ଡ ପକ୍ଷରୁ ୩ଟି ଏବଂ ମୋଇନ ଅଲୀ ଓ ଲିଆମ ଲିଭିଂଷ୍ଟୋନ ୨ଟି ଲେଖାଁଏ ଉଇକେଟ ହାସଲ କରିଥିଲେ ।

ଇଂଲଣ୍ଡ ୧୪.୧ ଓଭରରେ ୨ ଉଇକେଟ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ରୟ ୬୧ ଏବଂ ଡାୱିଦ ମାଲାମ ୨୮ ରନ କରିଥିଲେ । ଶୋରିଫୁଲ ଇସଲାମ ଓ ନାସୁନ ଅହମ୍ମଦ ଗୋଟିଏ ଲେଖାଁଏ ଉଇକେଟ ନେଇଥିଲେ ।

Show More

Related Articles

Back to top button