ଓଡ଼ିଶାମୁଖ୍ୟ ଖବର

ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଉ

ମମିତା ମେହେରଙ୍କୁ ଉଚିତ୍‌ ନ୍ୟାୟ ଦେବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିଛି । ଏହି ଘେରାଉରେ ଛାତ୍ର କଂଗ୍ରେସର ଜିଲ୍ଲା ସଭାପତି ଏବଂ କର୍ମକର୍ତ୍ତା ଅଂଶ ଗ୍ରହଣ କରିଛନ୍ତି । ଏତେ ସଂଖ୍ୟକ କଂଗ୍ରେସ ଛାତ୍ରଙ୍କ ଘେରାଉକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ନବୀନ ନିବାସକୁ ଥିବା ସମସ୍ତ ରାସ୍ତାକୁ ସିଲ କରାଯାଇଛି । ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଖବର ମିଳିଛି ।

 

Show More

Related Articles

Back to top button