Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତାଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ଟୋକିଓ : ପ୍ରଧାନମନ୍ତ୍ରୀ ପଦରୁ ଇସ୍ତାଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି । ସେ ଦୀର୍ଘ ଦିନ ଧରି ପେଟ ରୋଗରେ ପୀଡିତ ଥିଲେ। ସେ ଗତ ୧୭ ଓ ୨୪ ତାରିଖରେ ଦୁଇଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ଜାପାନ ଗଣମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା ଲାଗି ରହିଥିଲା ।
ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟର କୌଣସି ବି ପ୍ରଭାବ ସରକାରଙ୍କ କାର୍ଯ୍ୟରେ ପଡୁ ବୋଲି ସେ ଇସ୍ତଫା ଦେଇଥିବା ସାମ୍ୱାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ, ଆବେ ଗତ ୫୦ ଦିନ ଧରି କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ।

Show More

Related Articles

Back to top button