ଦେଶ ବିଦେଶମୁଖ୍ୟ ଖବର

ଦେଶରେ ସକ୍ରିୟ ୪ ସିଷ୍ଟମ, ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି ଲଘୁଚାପ, ଜାଣନ୍ତୁ ପାଣିପାଗ ନେଇ IMDଙ୍କ ଆକଳନ କ’ଣ?

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦେଶର ପାଣିପାଗନେଇ ଆଗାମୀ ପୂର୍ବାନୁମାନ ଜାରି କରିଛନ୍ତି। ଏଥିରେ ବଙ୍ଗୋପସାଗରର ଉତ୍ତର-ପୂର୍ବ ଓ ପୂର୍ବ-ମଧ୍ୟ ଭାଗରେ ଡିପଡିପ୍ରେସନ ସୃଷ୍ଟି ହୋଇଥିବା ସୂଚିତ କରିଛନ୍ତି।

ଯାହା ଶନିବାର ଅଧିକ ଘନିଭୂତ ହେବ। ଫଳରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଆାଗମୀ ୩ ଦିନ ଧରି ବର୍ଷା ଲାଗି ରହିବ। ବଙ୍ଗୋପସାଗରରେ ସକ୍ରିୟ ଏହି ସିଷ୍ଟମ କାରଣରୁ ବିଭାଗ ଉତ୍ତର ଆନ୍ଧ୍ରପ୍ରଦେଶ ସଲଗ୍ନ ଦକ୍ଷିଣ ଓଡିଶା ଉପକୂଳରେ ଘୂର୍ଣ୍ଣିବାତ୍ୟାର ପୂର୍ବାନୁମାନ କରିଛନ୍ତି। ସେପଟେ ପୂର୍ବ ମଧ୍ୟପ୍ରଦେଶ ଓ ସଲଗ୍ନ କ୍ଷେତ୍ରର ବାୟୁର ଉପରି ଭାଗରେ ଘୂର୍ଣ୍ଣିବଳୟ କ୍ଷେତ୍ର ଉପୁଜିଥିବା ବେଳେ ମୌସୁମୀ ଟର୍ଫ ମଧ୍ୟ ନୌଗାଁବ ହୋଇ ବଙ୍ଗୋପସାଗରକୁ ଯାଉଛି। ସେହିପରି ସୌରାଷ୍ଟ୍ରରେ ମଧ୍ୟ ବାୟୁର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ମଧ୍ୟପ୍ରଦେଶରେ ବର୍ଷାର ଆଶଙ୍କା କରାଯାଉଛି।

ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ ଶନିବାର ଭୋପାଲ, ଇନ୍ଦୋର, ଉଜ୍ଜୈନ, ହୋସଙ୍ଗାବାଦ ଆଦି ମଣ୍ଡଳର ଜିଲ୍ଲାରେ ବର୍ଷା ହୋଇପାରେ। ମୌସୁମୀ ଟ୍ରଫ ଜୈସାଲମେର, ଅଜମେର, ନୌଗାଁ, ଡାଲ୍ଟନଗଞ୍ଜ, ଜମସେଦପୁର ଓ ଦୀଘା ହୋଇ ବଙ୍ଗୋପସାଗରକୁ ଲମ୍ବିଥିବାର ପୂର୍ବତନ ପାଣିପାଗ ବୈଜ୍ଞାନିକ ଅଜୟ ଶୁକ୍ଳା କହିଛନ୍ତି। ଏଣୁ ଶନିବାର ମଧ୍ୟପ୍ରଦେଶରୁ ଆରମ୍ଭ ହେବାକୁ ଥିବା ବର୍ଷା ଆଗାମୀ ୩ରୁ ୪ଦିନ ପର୍ଯ୍ୟନ୍ତ ସାରା ଦେଶରେ ବର୍ଷିବ। ସେପଟେ ସାମ୍ଭବ୍ୟ ବାତ୍ୟା ଲାଗି ଓଡ଼ିଶା ଓ ଆନ୍ଧ୍ରସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରବିବାର ସନ୍ଧ୍ୟାସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟ ଦେଇ ଭୂ-ଭାଗକୁ ପ୍ରବେଶ କରିବ।

Show More

Related Articles

Back to top button