ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୮ ଜଣ ପଜିଟିଭ ଚିହ୍ନଟ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ଧରି ୫ ଶହ ଉପରେ ରହୁଥିଲା । ହେଲେ ଗତ ୨ ଦିନ ହେଲା ଏଥିରେ ଲାଗିଛି ସାମାନ୍ୟ ବ୍ରେକ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୪୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର କେବଳ ୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୨୮ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୨୫୨ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୧୭୬ । ଖୋର୍ଦ୍ଧାରୁ ସର୍ବାଧିକ ୧୭୯ ପଜିଟିଭ ଚିହ୍ନଟ ହୋଇଥିବାବେଳେେ ଅନୁଗୋଳରୁ ୫, ବାଲେଶ୍ୱରରୁ୧୮, ବରଗଡ଼ରୁ ୩, ଭଦ୍ରକରୁ୧୦, କଟକରୁ ୪୬, ଦେବଗଡ଼ରୁ ୪, ଢେଙ୍କାନାଳରୁ ୩, ଗଜପତିରୁ ଜଣେ ଲେଖାଏଁ, ଗଂଜାମରୁ ୪, ଝାରସୁଗୁଡ଼ା ୨୦, ଯାଜପୁରରୁ ୨୧, କନ୍ଧମାଳ ୩, କେନ୍ଦ୍ରାପଡ଼ାରୁ୬, କେନ୍ଦୁଝରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ସେହିପରି ମାଲକାନଗିରିରୁ ଜଣେ, ମୟୂରଭଂଜରୁ୧୮, ନୟାଗଡ଼ରୁ ୮, ନୂଆପଡ଼ାରୁ ୪, ପୁରୀରୁ ୧୫, ରାୟଗଡ଼ାରୁ ୪, ସମ୍ବଲପୁରରୁ ୯, ସୁନ୍ଦରଗଡ଼ରୁ ୬ ଓ ଷ୍ଟେଟ୍ପୁଲ୍ରୁ ୪୨ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୭,୨୬୧ କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ୧୦,୦୨,୮୧୦ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେସ୍ ୬୨୯୦ ରହିଛି । ରାଜ୍ୟରେ କରୋନା ଆଉ ୪ ଜଣଙ୍କ ଜୀବନ ନେଇଥିବା ବେଳେ, ମୃତ୍ୟୁ ସଂଖ୍ୟା ୮,୧୦୮ କୁ ବୃଦ୍ଧି ପାଇଛି ।