ଡବ୍ଲୁଏଚଓର ଦକ୍ଷିଣ ଏସିଆରେ ନକଲି କୋଭିଡ ଟୀକା ସଂଦେହ ପରେ ଏବେ କୋଲକାତାର ୧୦ ଟି ସ୍ଥାନରେ ନକଲି ଟୀକା ମାମଲାରେ ବୁଧବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚଢାଉ କରିଛି । କୋଲକାତାର ବିଭିନ୍ନ ସ୍ଥାନରେ ଅଧିକାରୀମାନେ ଏହି ଚଢାଉ କରିଥିଲେ । ଏହାପୂର୍ବରୁ ନକଲି ଟୀକାକରଣ ଡ୍ରାଇଭ ଚଳାଇଥିବାରୁ କୋଲକାତା ପୋଲିସ ଜଣେ ନିଜକୁ ଆଇଏଏସ ଅଧିକାରୀ ଭାବରେ ପରିଚିତ କରୁଥିବା ଦେବଜାନ ଦେବଙ୍କୁ ଗିରଫ କରିଥିଲା । ଜୁଲାଇ ୨ରେ ଏସଆଇଟି ଦେବଜାନ ଦେବଙ୍କ କାର୍ଯୟାଳୟରେ ଚଢାଉ କରିଥିଲା । କୋଲକାତା ପୁଲିସର ସୂଚନାନୁସାରେ, ଉପସ୍ଥାନ ରେଜିଷ୍ଟର, ପରିଦର୍ଶକ ସ୍ଲିପ୍, ଚାକିରୀ ପାଇଁ ଆବେଦନ, ନକଲି ଟେଣ୍ଡର ଡକ୍ୟୁମେଣ୍ଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଏହା ପୂର୍ବରୁ ଥିଲା, ଏହାର କିଛି ଦିନ ପରେ ପୁଲିସ ଏହାର ଅନୁସନ୍ଧାନ ପାଇଁ ଜୁନ୍ ୨୫ ରେ ଏକ ଏସଆଇଟି ଗଠନ କରିଥିଲା । ତେବେ ଏଭଳି ଶିବିରରେ ଟିଏମସି ସାଂସଦ ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କୁ ନକଲି ଟୀକାକରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ପରେ ମିମିଙ୍କ ଅଭିଯୋଗକୁ ଆଧାର କରି ଦେବଙ୍କୁ ଗିରଫ କରାଯାଇଥିଲା । ଜୁନ୍ ୨୬ ରେ ପଶ୍ଚିମବଙ୍ଗ ସରକାର ଏକ ଚାରିଜଣିଆ ବିଶେଷଜ୍ଞ କମିଟି ଗଠନ କରି କୋଲକାତାରେ ନକଲି କୋଭିଡ ଟୀକାକରଣର ଯାଞ୍ଚ କରିବା ସହ କାର୍ଯ଼୍ୟାନୁଷ୍ଠାନ ବି ଗ୍ରହଣ କରିଥିଲେ। ଏହି ଘଟଣାରେ ଏବେ ଅଧିକ ଅନୁସନ୍ଧାନ ଚାଲିଛି। ଗୋଟିଏ ପଟେ କୋଭିଡ ମହାମାରୀ ଡରାଉଥିବାବେଳେ ଏପଟେ ନକଲି ଟୀକାକୁ ନେଇ ଭୟଭୀତ ହୋଇପଡିଛନ୍ତି ଲୋକେ ।
Related Articles
Check Also
Close
-
ଖଲ୍ଲିକୋଟ ହିଂସା, ଏସଆଇଟିର ତଦନ୍ତ ଆରମ୍ଭ14 hours ago