Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

ବିଦ୍ୟାଭାରତୀଙ୍କୁ ହୋଇପାରେ ଜେରା

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁର ରହସ୍ୟ ଉନ୍ମୋଚନ ପାଇଁ  ଆଜିଠୁ କ୍ରାଇମବ୍ରାଞ୍ଚର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ ହୋଇଛି ।  ମୃତ ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବ ତଦନ୍ତକାରୀ ଟିମ୍ । ଏଥିପାଇଁ ତାଙ୍କ ଗାଁ ବାଲେଶ୍ୱର ଜିଲ୍ଲାର ଖଇରା ଯିବ ଟିମ୍ । ଆସନ୍ତାକାଲି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିପାରେ କ୍ରାଇମବ୍ରାଞ୍ଚ । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ପଚରାଉଚରା ବେଳେ ବିଦ୍ୟାଙ୍କ ବୟାନ ରେକର୍ଡ ହେବ । ସେପଟେ କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କ ପରିବାର ଲୋକଙ୍କୁ ବି ପଚରାଉଚରା କରିବା ନେଇ ସୂଚନା ମିଳିଛି । ବିଦ୍ୟାଙ୍କୁ ପଚରାଉଚରା ପରେ ସୌମ୍ୟଙ୍କ ମୃତ୍ୟୁ ରହସ୍ୟର ଗୁମର ଖୋଲିପାରେ ବୋଲି ଆଶା ରଖିଛନ୍ତି ଅଧିକାରୀ ।  କାରଣ ଘଟଣା ଦିନ କ୍ୱାର୍ଟର୍ସରେ ସୌମ୍ୟଙ୍କ ସହ ବିଦ୍ୟା ହିଁ ଥିଲେ । ସୌମ୍ୟଙ୍କ ଦେହରେ କେମିତି ଓ କିଭଳି ନିଆଁ ଲାଗିଲା ତାହା ଦେଢ଼ ମାସ ପରେ ବି ରହସ୍ୟ ଘେରରେ । ଗଜପତି ପୁଲିସ ମାସେ ତଦନ୍ତ କରି କୌଣସି ନିଷ୍କର୍ଷରେ ପହଞ୍ଚି ନପାରିବାରୁ  ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଇତି ମଧ୍ୟରେ ୧୪ ଜଣ ସାକ୍ଷୀଙ୍କର ବୟାନ ରେକର୍ଡ ହୋଇଛି । ଗଜପତି ଡିଏଫଓ, ରୋଷେୟା, ସୌମ୍ୟଙ୍କ ସହଯୋଗୀ ଏସିଏଫ୍, ତହସିଲଦାର, ଚିକିତ୍ସା କରିଥିବା ଡାକ୍ତର, ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କ ସମେତ ଆଉ କିଛି ଲୋକଙ୍କୁ ପଚରାଉଚରା ହୋଇଛି । ଏବେ ବିଦ୍ୟା ଓ ସୌମ୍ୟଙ୍କ ପରିବାରକୁ ଜେରା ପରେ ସତ ସାମନାକୁ ଆସିବ ବୋଲି ଆଶା କରାଯାଉଛି ।

Show More

Related Articles

Back to top button