ଓଡ଼ିଶା

ଖୋଲିଲା ଲିଙ୍ଗରାଜ ମନ୍ଦିର

ଥରକେ ୧୦୦ ଭକ୍ତଙ୍କୁ ଅନୁମତି, ମାସ୍କ ପରିଧାନ ବାଧ୍ୟତାମୂଳକ

ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ବିଏମସି ଜାରି କରିଥିବା କୋଭିଡ୍ ମାର୍ଗଦର୍ଶିକା ପାଳନ କରିବାକୁ ପଡିବ । ମନ୍ଦିରକୁ ପ୍ରବେଶ ପୂର୍ବରୁ ପ୍ରତ୍ୟେକ ଦର୍ଶନାର୍ଥୀ ନେଇଥିବା ୨ଟି ଡୋଜ ଟିକା ପ୍ରମାଣପତ୍ର ଦେଖାଇବା ଜରୁରୀ । ଗର୍ଭଗୃହରେ ଦର୍ଶନ ସମ୍ପୂର୍ଣ୍ଣ ବାରଣ ରହିଛି ।ଥରକେ ୧୦୦ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ।

ସେବାୟତମାନେ ଶ୍ରଦ୍ଧାଳୁଙ୍କଠାରୁ ଭୋଗ ଗ୍ରହଣ କରିପାରିବେ ନାହିଁ । ପ୍ରତ୍ୟେକ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ମାନିବା ବାଧ୍ୟତାମୂଳକ କରାଯାଇଛି । ରୋଗାକ୍ରାନ୍ତ, ବୟସ୍କ, ଗର୍ଭବତୀ, ୧୮ ବର୍ଷରୁ କମ୍ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରା କଟକଣା ରହିଛି । ନିୟମ ପାଳନରେ ତ୍ରୁଟି ହେଲେ ମନ୍ଦିର ଖୋଲାଯିବା ନିଷ୍ପତି ପ୍ରତ୍ୟାହାର ହେବ ବୋଲି କୁହାଯାଇଛି ।

Show More

Related Articles

Back to top button