ଏହାର ସିଧା ପ୍ରଭାବ ୟୁଜର୍ସଙ୍କ ପକେଟ୍ରେ ପଡ଼ିବ । ନୂଆ ନିୟମ ଅନୁସାରେ ଯଦି ଆପଣ ମୋବାଇଲ୍ରେ ଡିଜନୀ ପ୍ଲସ୍ ହଟଷ୍ଟାର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ରିଚାର୍ଜ ମହଙ୍ଗା ପଡ଼ିପାରେ। ଏହାସହ ଆମାଜନ୍, ଗୁଗଲ୍, ଗୁଗଲ ଡ୍ରାଇଭ୍ ଭଳି ସେବାରେ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନ ୧ ଏବଂ ୧୫ ସେପ୍ଟେମ୍ବର ୨୦୨୧ ମଧ୍ୟରେ ଲାଗୁ ହେବ।ନିୟମ ପରିବର୍ତ୍ତନ ହେବା ପରେ ୟୁଜର୍ସଙ୍କୁ ଅନେକ ସେବା ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଗୁଗଲର ନୂଆ ପଲିସି ସେପ୍ଟେମ୍ବର ପହିଲାରେ ଲାଗୁ ହେବ। ଏହା ଜରିଆରେ ଫେକ କଣ୍ଟେଣ୍ଟ ପ୍ରମୋଟ କରୁଥିବା ଆପ୍ସ ବନ୍ଦ ହୋଇଯିବ। ଦୀର୍ଘ ଦିନ ଧରି ବ୍ୟବହାର ହେଉନଥିବା ଆପ୍କୁ ମଧ୍ୟ ବନ୍ଦ କରିଦେବ ଗୁଗଲ। ୧୩ ସେପ୍ଟେମ୍ବରରୁ ଗୁଗୁଲ ଡ୍ରାଇଭ ୟୁଜର୍ସଙ୍କୁ ନୂଆ ଅପଡେଟ୍ ମିଳିବାକୁ ଯାଉଛି।
ବିଶେଷ କରି ଓଟିଟି ପ୍ଲାଟଫର୍ମ ଡିଜନୀ ପ୍ଲସ୍ ହଟଷ୍ଟାର ୧ ସେପ୍ଟେମ୍ବର ୨୦୨୧ରୁ ମହଙ୍ଗା ହୋଇଯିବ। ତାପରେ ୟୁଜର୍ସଙ୍କୁ ବେସ୍ ପ୍ଲାନ୍ ବାବଦରେ ୩୯୯ ପରିବର୍ତେ ୪୯୯ ଟଙ୍କା ଦେବାକୁ ହେବ। ଏହା ବ୍ୟତୀତ ୮୯୯ ଟଙ୍କା ଦେଲେ ୟୁଜର୍ସ ଦୁଇଟି ଫୋନ୍ରେ ଏହି ଆପକୁ ଚଲାଇପାରିବେ। ୧୪୯୯ ଟଙ୍କା ଭରିଲେ ୪ଟି ସ୍କ୍ରିନ୍ରେ ଚାଲିପାରିବ ହଟଷ୍ଟାର। ଡିଜେଲ୍ ଏବଂ ପେଟ୍ରୋଲ୍ ଦାମ ବୃଦ୍ଧି ପାଇଥିବାରୁ ଆମାଜନ୍ ଲିଜିଷ୍ଟିକ୍ କଷ୍ଟ ବୃଦ୍ଧି କରିପାରେ।ସେପ୍ଟେମ୍ବର ପହିଲାରୁ ଆମାଜନ୍ରେ ଜିନିଷ କିଣିବା ମହଙ୍ଗା ହୋଇଯିବ। ୫୦୦ ଗ୍ରାମର ପ୍ୟାକେଟ୍ ପାଇଁ ୫୮ ଟଙ୍କା ଭରିବେ ଗ୍ରାହକ। ସେହିଭଳି ଗୁଗଲ ପ୍ଲେଷ୍ଟୋରରେ ୧୫ ସେପ୍ଟେମ୍ବର ୨୦୨୧ରୁ ନିୟମ ପରିବର୍ତ୍ତନ ହେବ। ଏହା ପରଠୁ ଏଥିରେ ଉପଲବ୍ଧ ନକଲି ପର୍ସନାଲ ଲୋନ୍ ଆପ୍ ସବୁ ବନ୍ଦ ହେବ। ଏମିତି ପାଖାପାଖି ୧୦୦ ଆପ୍ ବିରୋଧରେ ଅଭିଯୋଗ ହୋଇଛି। ଏହା ପରେ ଗୁଗଲ ପକ୍ଷରୁ ଏହି ସବୁ ଆପକୁ ବ୍ୟାନ କରିବା ପାଇଁ ନୂଆ ନିୟମ ଆସିଛି ।