Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ୫୦୦ କୋଟି ଟପିଲା କୋଭିଡ ଟିକାକରଣ

ବିଶ୍ୱରେ ୫୦୦ କୋଟି ଟପିଲା କୋଭିଡ ଟିକାକରଣ। ୨୦୨୦, ଡିସେମ୍ବର ୨୭ରୁ ଏ ପର୍ଯ୍ୟନ୍ତ ଅର୍ଥାତ୍‌ ୮ ମାସରେ ୫ ବିଲିୟନ ଟିକାକରଣ ହୋଇଛି। ବିଶ୍ୱ ଜନସଂଖ୍ୟାର ୩୨. ୭ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୨୪. ୬ ପ୍ରତିଶତ ଲୋକ ଉଭୟ ଡୋଜ୍ ନେଇସାରିଛନ୍ତି। ଏବେ ଦିନକୁ ୩୩. ୫୬ ମିଲିୟନ ଟିକା ଦିଆଯାଉଛି।

ହାଇ ଇନକମ୍‌ ଦେଶରେ ଟିକାକରଣ ଶତ ପ୍ରତିଶତ ଥିବା ବେଳେ ଲୋ ଇନକମ୍‌ ଦେଶରେ ଟିକାକରଣ ୨ ପ୍ରତିଶତ ରହିଛି। ଲୋୟର ମିଡିଲ ଇନକମ୍‌ ଦେଶରେ ୧୦୦ ଜଣଙ୍କ ମଧ୍ୟରୁ ୩୧ ଜଣ ଟିକା ନେଉଛନ୍ତି। ପର୍ତ୍ତୁଗାଲରେ ସର୍ବାଧିକ ୮୧ ପ୍ରତିଶତ ଟିକାକରଣ ହୋଇଛି। ସ୍ପେନରେ ୭୬ ପ୍ରତିଶତ, ବ୍ରିଟେନ ଓ ଫ୍ରାନ୍ସରେ ୭୦ ପ୍ରତିଶତ, ଇଟାଲିରେ ୬୯ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ଆମେରିକାରେ ୬୦ ପ୍ରତିଶତ ଟିକାକରଣ ହୋଇଛି। ଭାରତରେ ଏବେ ସୁଦ୍ଧା ୩୩ ପ୍ରତିଶତ ଲୋକ ଭ୍ୟାକସିନ ନେଇଛନ୍ତି।

Show More

Related Articles

Back to top button