
ଓଡିଶାରେ ଜନ ଆଶୀର୍ବାଦ ଯାତ୍ରାରେ ଯୋଗ ଦେଇ ବିଭିନ୍ନ ସ୍ଥାନ ବୁଲୁଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ। ଓଡିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହିତ ଷ୍ଟେଶନଗୁଡ଼ିକୁ ଯାଞ୍ଚ କରୁଛନ୍ତି। ରବିବାର ରେଳ ମନ୍ତ୍ରୀ ଓଡିଶାର ବଲାଙ୍ଗୀର ରେଳ ଷ୍ଟେଶନରେ ପହଞ୍ଚି ପୁରୀ ଏକ୍ସପ୍ରେସ ଦ୍ୱାରା ଭୁବନେଶ୍ୱରକୁ ଫେରିବାର କାର୍ଯ୍ୟକ୍ରମ ଥିଲା।
ରବିବାର ଏକ ଷ୍ଟେଶନ ପ୍ଲାଟଫର୍ମରେ ପଡ଼ିଥିବା ଏକ ସିମେଣ୍ଟ ବେଞ୍ଚରେ ବସି ଟ୍ରେନକୁ ଅପେକ୍ଷା କରିଥିଲେ ମନ୍ତ୍ରୀ । ଯଦିଓ ମନ୍ତ୍ରୀଙ୍କ ପାଇଁ ପ୍ରଥମ ଶ୍ରେଣୀ ବିଶ୍ରାମ କକ୍ଷ ପ୍ରସ୍ତୁତ ଥିଲା କିନ୍ତୁ ସେ ଷ୍ଟେଶନରେ ପହଞ୍ଚିବା ପରେ ପ୍ରଥମ ଶ୍ରେଣୀ ବିଶ୍ରାମ କକ୍ଷରେ ଅପେକ୍ଷା ନ କରି ପ୍ଲାଟଫର୍ମ ବେଞ୍ଚ୍ରେ ବସି ଟ୍ରେନକୁ ଅପେକ୍ଷା କରିବାକୁ ପସନ୍ଦ କରିଥିଲେ। ସେ କହିଛନ୍ତି ଯେ, ଯେଉଁଠାରେ ଦେଶର ସାଧାରଣ ନାଗରିକ ଟ୍ରେନକୁ ଅପେକ୍ଷା କରନ୍ତି, ମୁଁ ମଧ୍ୟ ତାହା କରିବି। ଏହି ସମୟରେ ସେ ରେଳ ଅଧିକାରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ।