
୨୨ ଜୁଲାଇରୁ କାର୍ଡ ନେଟଓ୍ବର୍କରେ ନୂଆ ଘରୋଇ ଡେଭିଟ୍, କ୍ରେଡିଟ୍ ଏବଂ ପ୍ରିପେଡ୍ ଗ୍ରାହକଙ୍କୁ ସାମିଲ୍ କରିବାକୁ ରୋକ ଲଗାଇଛି ଆରବିଆଇ। ଏହାର ଅର୍ଥ କମ୍ପାନୀ ୨୨ ଜୁଲାଇରୁ ନିଜ କାର୍ଡ ନେଟଓ୍ବର୍କରେ ନୂଆ ଗ୍ରାହକଙ୍କୁ ସାମିଲ କରିପାରିବ ନାହିଁ।
ଆରବିଆଇ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି, ପର୍ଯ୍ୟାପ୍ତ ସମୟ ଦେବା ପରେ ମଧ୍ୟ ମାଷ୍ଟରକାର୍ଡ ଡାଟା ଭଣ୍ଡାରଣ ନିର୍ଦେଶ ପାଳନ ହେଉନାହିଁ । ଏହାକୁ ଦୃଷ୍ଟିରେ ରଖି ଆରବିଆଇ ପିଏସସ୍ ଅଧିନିୟମ ଧାରା ୧୭ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।ଆରବିଆଇର ଏହି ନିର୍ଦେଶ ଏବେର ମାଷ୍ଟରକାର୍ଡ ୟୁଜରଙ୍କୁ ପ୍ରଭାବିତ କରିବ ନାହିଁ। ନୂଆ ୟୁଜରଙ୍କୁ ଏବେ ମାଷ୍ଟରକାର୍ଡ କୌଣସି ବ୍ୟାଙ୍କ ଦେଇପାରିବେ ନାହିଁ। ମାଷ୍ଟରକାର୍ଡ ଆମେରିକା କମ୍ପାନୀ ହୋଇଥିବା ବେଳେ ଏହାର ମୁଖ୍ୟାଳୟ ନ୍ୟୁୟର୍କରେ ରହିଛି।