ଖେଳଦେଶ ବିଦେଶ

ଟି-20 ବିଶ୍ୱକପ ରଦ୍ଦ; IPL ପାଇଁ ରାସ୍ତା ପରିଷ୍କାର

ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-20 ବିଶ୍ୱକପକୁ ରଦ୍ଦ। ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ବା ଆଇସିସି ବୋର୍ଡ ଟେଲିକନଫ୍ରେନ୍ସ ଦ୍ୱାରା ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। କିନ୍ତୁ, ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲର ରାସ୍ତା ପରିଷ୍କାର।

ନୂଆଦିଲ୍ଲୀ: ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-20 ବିଶ୍ୱକପକୁ ରଦ୍ଦ କରାଯାଇଛି। ଏହି ମ୍ୟାଚ ଅକ୍ଟୋବର ଓ ନଭେମ୍ୱର ମାସରେ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ କରାଯାଇଥିଲା। ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ବା ଆଇସିସି ବୋର୍ଡ ଟେଲିକନଫ୍ରେନ୍ସ ଦ୍ୱାରା ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାସହ ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲର ରାସ୍ତା ପରିଷ୍କାର ହୋଇଛି।
କୋରୋନା ଭାଇରସ କାରଣରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ମ୍ୟାଚ ଉପରେ ଅନିଶ୍ଚିନ୍ତତତାର ବାଦଲ ଦେଖାଦେଇଥିଲା। ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ମଧ୍ୟ ଏହି ନିଷ୍ପତ୍ତି ନେବାକୁ ଚିନ୍ତାରେ ରହିଥିଲେ। ଏହାପୂର୍ବରୁ ଅଷ୍ଟ୍ରେଲିଆର କ୍ରୀଡାମନ୍ତ୍ରୀ ରିଚର୍ଡ କୋଲବେକଙ୍କ କହିବା ଅନୁସାରେ, ଅଷ୍ଟ୍ରେଲିଆ ଚଳିତ ବର୍ଷ ଟି-20 ମ୍ୟାଚର ଆୟୋଜନ କରିବାରେ କୌଣସି ପଛଘୁଞ୍ଚା ଦେବନାହିଁ। କିନ୍ତୁ, କଣ କୌଣସି ଦର୍ଶକଙ୍କ ବିନା ଚଳିତ ବର୍ଷ ଏହି ବିଶ୍ୱକପର ଆୟୋଜନ କରିପାରିବା।
ସୂଚନା ଅନୁସାରେ, ଅଷ୍ଟ୍ରେଲିଆରେ କୋରୋନା ଭାଇରସର ଭୟବହତା ଦିନକୁ ଦିନ ବଢିବାରେ ଲାଗିଛି। ତେଣୁ ଚଳିତ ବର୍ଷ ବିଶ୍ୱକପ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦର୍ଶକଙ୍କ ବିନା ବିଶ୍ୱକପ ଆୟୋଜନ କରିବାର କୌଣସି ତାତ୍ପର୍ଯ୍ୟ ନାହିଁ, ଆଉ ମହାମାରୀ କୋରୋନା ସମୟରେ ଦର୍ଶକଙ୍କ ସହ ଆୟୋଜନ କରିବା ମୁର୍ଖାମୀ।
ଟି-20 ବିଶ୍ୱକପ ବନ୍ଦ ହେଲା ସତ କିନ୍ତୁ, କ୍ରିକେଟପ୍ରେମୀଙ୍କ ପାଇଁ ଖୁସିଖବର। ଚଳିତ ବର୍ଷ ଖେଳାଯାଇପାରେ IPL। ସୂଚନା ଅନୁସାରେ, ଚଳିତ ବର୍ଷ BCCI IPL ସିଜନ ୧୩ ସେପ୍ଟେମ୍ୱର ୨୬ ରୁ ନଭେମ୍ୱର ୮ ମଧ୍ୟରେ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଏହାସହ BCCI ଚଳିତ ବର୍ଷର IPL UAEରେ ଖେଳିବାକୁ ଧାର୍ଯ୍ୟ କରିପାରେ। ପୂର୍ବରୁ IPL ସିଜନ ୧୩ ଖେଳିବା ପାଇଁ ଶ୍ରୀଲଙ୍କା ଓ UAEକୁ ପ୍ରସ୍ତାବ ରଖାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଆଇପିଏଲକୁ ଦୁଇ ଥର ଭାରତ ବାହାରେ ଖେଳାଯାଇଛି। ୨୦୦୯ ଓ ୨୦୧୪ରେ ଲୋକସଭା ନିର୍ବାଚନ ପାଇଁ ଦକ୍ଷିଣ ଆଫ୍ରିକା ଓ UAEରେ ଖେଳାଯାଇଥିଲା।

Show More

Related Articles

Back to top button