ଦେଶ ବିଦେଶସ୍ୱାସ୍ଥ୍ୟ

ଫାଇଜର ଏବଂ ମୋଡେର୍ଣ୍ଣା ଭ୍ୟାକସିନ୍‌ ଦ୍ବାରା ପୁରୁଷଙ୍କ ପ୍ରଜନନ କ୍ଷମତା ପ୍ରଭାବିତ ହୋଇନଥାଏ : ଅଧ୍ୟୟନରୁ ଖୁଲାସା

କୋଭିଡ-୧୯କୁ ପ୍ରତିହତ କରିବା ପାଇଁ ବିଶ୍ବରେ ଅନେକ ଭ୍ୟାକସିନ ଦିଆଯାଉଛି । କିନ୍ତୁ ଏକ ରିପୋର୍ଟରୁ ଜଣାପଡିଥିଲା ଯେ, ଆମେରିକାରେ ଲୋକମାନଙ୍କୁ ଦିଆଯାଉଥିବା ଫାଇଜର ଏବଂ ମୋଡେର୍ଣ୍ଣା ଭ୍ୟାକସିନ୍‌ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ । କିନ୍ତୁ ଏକ ଷ୍ଟଡିରେ ଏହା କୁହାଯାଇଛି ଯେ, ଫାଇଜର ଏବଂ ମୋଡେର୍ଣ୍ଣା ଭ୍ୟାକସିନ୍‌ ପୁରୁଷମାନଙ୍କ ପ୍ରଜନନ କ୍ଷମତାକୁ ପ୍ରଭାବିତ କରନ୍ତି ନାହିଁ

ଷ୍ଟଡିରେ ଏହା ମଧ୍ୟ କୁହାଯାଇଛି ଯେ, ଭ୍ୟାକସିନ ନେଇଥିବା ବ୍ୟକ୍ତିମାନଙ୍କ ଶରୀରରେ ସ୍ପର୍ମ ଲେବଲ ସ୍ବାସ୍ଥ୍ୟକର ହୋଇଥାଏ । ଏହି ଅଧ୍ୟୟନରେ ୧୮ ରୁ ୫୦ ବର୍ଷ ପ୍ରାୟ ୪୫ ଜଣଙ୍କୁ ସାମିଲ କରାଯାଇଥିଲା । ଏଥିରେ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କର ସମସ୍ତ ଯାଞ୍ଚ ମଧ୍ୟ କରାଯାଇଥିଲା ଏହାପରେ ଯାଇ ସେମାନଙ୍କୁ ଏଥିରେ ସାମିଲ କରାଯାଇଥିଲା ।୯୦ ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କୁ ଏହି ପରୀକ୍ଷଣରେ ସାମିଲ କରାଯାଇନଥିଲା । ଏଥିରେ ପୁରୁଷମାନଙ୍କୁ ସେମାନଙ୍କର ପ୍ରଥମ ଡୋଜ ଦିଆଯିବା ପୂର୍ବରୁ ବୀର୍ଜ ନମୁନା ନିଆଯାଇଥିଲା ଏବଂ ଦ୍ୱିତୀୟ ଡୋଜର ପ୍ରାୟ ୭୦ ଦିନ ପରେ ପୁନଶ୍ଚ ନମୁନା ନିଆଯାଇଥିଲା । ଅଧ୍ୟୟନରୁ ଜଣାପଡିଛି ଯେ ଲୋକମାନେ ଦୁଇ ଡୋଜ ଭ୍ୟାକସିନ ନେବା ପରେ ମଧ୍ୟ ସେମାନଙ୍କର ଶୁକ୍ରାଣୁସ୍ତରରେ କୌଣସି ପ୍ରଭାବ ପଡିନଥିଲା ।

ଆମେରିକାର ମିୟାମୀ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟୟନକର୍ତ୍ତା କହିଛନ୍ତି ଯେ, ଭ୍ୟାକସିନ ନେବାକୁ ନେଇ ଲୋକଙ୍କ ଦ୍ୱିଧା ଫଳରେ ଏହାର ପ୍ରଭାବ ପ୍ରଜନନ ଉପରେ ପଢିଥାଏ ବୋଲି ଧାରଣା ରହିଛି । କିନ୍ତୁ ଅଧ୍ୟୟନରୁ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ, ଏହି ୨ ଭ୍ୟାକସିନ ପ୍ରଜନନ ଉପରେ କୌଣସି ନକାରାତ୍ମକ ପ୍ରଭାବ ପକାନ୍ତି ନାହିଁ ଅର୍ଥାତ୍ ଏହା ଶୁକ୍ରାଣୁ ସ୍ତରକୁ ହ୍ରାସ କରିପାରନ୍ତି ନାହିଁ।

Show More

Related Articles

Back to top button