ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦ ହଜାର ୭୫୩ ନୂଆ କରୋନା ପଜିଟିଭ ଚିହ୍ନଟ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦ ହଜାର ୭୫୩ ଟି ନୂଆ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବାବେଳେ ୧୬୪୭ ରୋଗୀ ପ୍ରାଣ ହରାଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, କରୋନାରେ ନୂଆ ମାମଲା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨ କୋଟି ୯୮ ଲକ୍ଷ ୨୩ ହଜାର ୫୪୬ କୁ ବୃଦ୍ଧି ପାଇଛି।

ଦେଶରେ କରୋନା ସଂକ୍ରମଣର ଗ୍ରାଫ୍ ଦ୍ରୁତ ଗତିରେ ହ୍ରାସ ପାଉଛି। ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୬୦ ହଜାରରୁ ତଳକୁ ଖସିବାକୁ ଯାଉଛି। ଆଶ୍ଵସ୍ତିର କଥା ହେଉଛି, ପୂର୍ବ ଦିନଗୁଡିକରେ ଦେଶର ୨୨ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୫୦୦ରୁ କମ୍ ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ୧୪ଟି ରାଜ୍ୟରେ ୧୦୦୦ରୁ କମ୍ କରୋନା ରୋଗୀ ଦେଖିବାକୁ ମିଳିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦ ହଜାର ୭୫୩ ଟି ନୂଆ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବାବେଳେ ୧୬୪୭ ରୋଗୀ ପ୍ରାଣ ହରାଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, କରୋନାରେ ନୂଆ ମାମଲା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨ କୋଟି ୯୮ ଲକ୍ଷ ୨୩ ହଜାର ୫୪୬ କୁ ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାରେ ୭ ଲକ୍ଷ ୬୦ ହଜାର ୧୯ଟି ସକ୍ରିୟ ମାମଲା ଥିବାବେଳେ ୨ କୋଟି ୮୬ ଲକ୍ଷ ୭୮ ହଜାର ୩୯୦ଲୋକ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ୩ ଲକ୍ଷ ୮୫ ହଜାର ୧୩୭ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ବର୍ତ୍ତମାନ ମହାରାଷ୍ଟ୍ରରେ କରୋନା ଜନିତ ନୂଆ ମାମଲା ୧୦ ହଜାରରୁ କମ୍ ହୋଇଛି।