Breaking PLUSଦେଶ ବିଦେଶମୁଖ୍ୟ ଖବର

୫୧ ବର୍ଷରେ ପାଦ ଦେଲେ କଂଗେସର ଯୁବନେତା ରାହୁଲ ଗାନ୍ଧୀ

କଂଗ୍ରେସର ପୂର୍ବତନ ଜାତୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି । କରୋନା ମହାମାରୀ ପାଇଁ ଦେଶରେ ଦେଖାଦେଇଥିବା ପରିସ୍ଥିତିକୁ ଅନୁଧ୍ୟାନ କରି ରାହୁଲ ଗାନ୍ଧୀ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ କରିବାକୁ ମନା କରିଦେଇଛନ୍ତି । ଏହାସହ ଦଳର କର୍ମକର୍ତ୍ତାକୁ ଅନୁରୋଧ କରିଛନ୍ତି କି ତାଙ୍କୁ ଜନ୍ମଦିନକୁ ଜାକ ଜମକରେ ପାଳନ ନକରିବାକୁ ।

କଂଗ୍ରେସର ପୂର୍ବତନ ଜାତୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି । କରୋନା ମହାମାରୀ ପାଇଁ ଦେଶରେ ଦେଖାଦେଇଥିବା ପରିସ୍ଥିତିକୁ ଅନୁଧ୍ୟାନ କରି ରାହୁଲ ଗାନ୍ଧୀ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ କରିବାକୁ ମନା କରିଦେଇଛନ୍ତି । ଏହାସହ ଦଳର କର୍ମକର୍ତ୍ତାକୁ ଅନୁରୋଧ କରିଛନ୍ତି କି ତାଙ୍କୁ ଜନ୍ମଦିନକୁ ଜାକ ଜମକରେ ପାଳନ ନକରିବାକୁ । ଆଜିର ଦିନରେ କ୍ଷମତା ଅନୁସାରେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ସେ ଦଳୀୟ କର୍ମୀଙ୍କୁ ଅନୁରୋଧ କରିଛନ୍ତି ।

ଏନେଇ ସଂଗଠନର ମହାସଚିବ କେ.ସି ବେଣୁଗୋପାଳ ରାଜ୍ୟ କମିଟି ଓ ପାର୍ଟିର ବିଭିନ୍ନ ସଂଗଠନକୁ ଏନେଇ ଅବଗତ କରାଯାଇଛନ୍ତି । ଏହାସହ ସେ ରାଜ୍ୟ କମିଟି ମାନଙ୍କୁ କହିଛନ୍ତି କି ଏଭଳି ଶୁଭ ଦିନରେ ଦଳର କର୍ମୀମାନେ ଗରିବ ଲୋକମାନଙ୍କୁ ରାଶନ ସାମଗ୍ରୀ, ମେଡିକାଲ କିଟ୍, ମାସ୍କ , ସାନିଟାଇଜର ଆଦି ବାଣ୍ଟିବା ଆବଶ୍ୟକ ।

ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନରେ ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଘ ଓ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ କାର୍ଯ୍ୟାଳୟ ମାନଙ୍କରେ କୋଭିଡ ଟିକାକରଣ ଅଭିଯାନ ଆୟୋଜିତ କରିଛନ୍ତି । ଏନଏସୟୁଆଇ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀରଜ କୁନ୍ଦନ କହିଛନ୍ତି କି ‘ଆମ ନେତା ରାହୁଲ ଗାନ୍ଧୀଙ୍କ ମତ ହେଉଛି ଜନ୍ମଦିନ ପାଳି ଭିଡ କରିବା ଅପେକ୍ଷା ଟିକାକରଣ ଅଭିଯାନ ଆୟୋଜନ କରି ଲୋକଙ୍କୁ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ’ ।

Show More

Related Articles

Back to top button