ରକ୍ତ ସଫା ରଖିବାରେ ସହାୟକ ହୋଇଥାଏ ରସୁଣ, ଜାଣନ୍ତୁ ଏହାର ଅନ୍ୟ ଫାଇଦା
ଆମେ ସମସ୍ତେ ଆମ ରୋଷେଇ ଘରେ ରସୁଣ ଦେଖିଥାଉ। ରସୁଣରେ ରାସାୟନିକ ଭାବରେ ଅଧିକ ପରିମାଣର ସୁଗନ୍ଧ ରହିଥାଏ, ଲୋକମାନେ ଏହାର ସୁଗନ୍ଧକୁ ଦୂରରୁ ଚିହ୍ନିଥାନ୍ତି । ଏଥିରେ ଅନେକ ପଦାର୍ଥ ମିଳିଥାଏ, ଯେପରିକି ପ୍ରୋଟିନ୍, ଏନଜାଇମ୍ ତଥା ଭିଟାମିନ୍ ବି, ଫ୍ଲାଭୋନାଏଡ୍ ଇତ୍ୟାଦି

ରସୁଣ ଯେକୌଣସି ପନିପରିବାର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । ଏହାର ବିଶେଷତା କେବଳ ଏତିକି ନୁହେଁ, ଆମେ ଏହାକୁ ଅନେକ ରୋଗରୁ ରକ୍ଷା ପାଇବା ପାଇଁ ମଧ୍ୟ ବ୍ୟବହାର କରୁଥାଉ । ଏଥିରେ ପ୍ରୋଟିନ୍, କାର୍ବସ୍, ମିନେରାଲ୍ସ, ଚୂନ ଏବଂ ଆଇରନ୍ ଥାଏ । ଚୀନ୍ ପରେ ଏହା ଭାରତରେ ସର୍ବାଧିକ ବ୍ୟବହୃତ ଏବଂ ଉତ୍ପାଦିତ ।
ରସୁଣର ଫାଇଦା :
-ଏହା ଶରୀରରେ ଉଷ୍ମତା ଆଣିଥାଏ, ଥଣ୍ଡା ସମୟରେ ଏହାକୁ ଅଧିକ ଖାଇବା ଉଚିତ୍ । ଥଣ୍ଡା ଏବଂ କାଶ ସମୟରେ ଏହା ମଧ୍ୟ ବହୁତ ଲାଭଦାୟକ ହୋଇଥାଏ ।
-ଶରୀରରେ ଯନ୍ତ୍ରଣା ହେଉଥିଲେ, ରସୁଣ ଏବଂ ସୋରିଷ ତେଲକୁ ଏକାଠି ଗରମ କରି ମାଲିସ କରିବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
-ରକ୍ତକୁ ସଫା ରଖିବାରେ ଏହା ମଧ୍ୟ ସହାୟକ ହୋଇଥାଏ ।
-ରେସ୍ପିରେଟୋରି ପ୍ରବ୍ଲେମ ମଧ୍ୟ ଦୂର କରିଥାଏ ।
-ରସୁଣର ଲାଭ ଏତେ ପ୍ରଭାବଶାଳୀ ଯେ ମିଶରର ପିରାମିଡ୍ ନିର୍ମାଣ କରିଥିବା କାରିଗର ଏବଂ ଶ୍ରମିକମାନେ ଏହାକୁ ନିଜ ପକେଟରେ ବହନ କରୁଥିଲେ ।
ଶୋଇବା ସମୟରେ ତକିଆ ତଳେ ରଖନ୍ତୁ :
ଦୁନିଆର ଅନେକ ସ୍ଥାନରେ ରସୁଣକୁ ତକିଆ ତଳେ ରଖି ଶୋଇଥାନ୍ତି । ରସୁଣକୁ ତକିଆ ତଳେ ରଖିବାର ଅନେକ ଲାଭ ଅଛି ଯେପରିକି ନିଦ ଭଲ ହୋଇଥାଏ, ନକାରାତ୍ମକ କିମ୍ବା ଖରାପ ଶକ୍ତି ଦୂର ହୋଇଥାଏ । ଶୁଭଫଳ ମଧ୍ୟ ଦେଇଥାଏ ।