୭ ଦିନ ପାଇଁ ସିଲ୍ ହେଲା ଭୁବନେଶ୍ୱର କୋର୍ଟ
ବଢୁଛି କରୋନା ସଂକ୍ରମଣ। ଘରଠୁ ଅଫିସ ସବୁଆଡ଼ୁ ବାହାରୁଛନ୍ତି ପୁଳା ପୁଳା ପଜିଟିଭ। ଗତକାଲି ସନ୍ଧ୍ୟାରେ ବିଏମ୍ସି ପକ୍ଷରୁ ମାର୍କେଟ ବିଲ୍ଡିଂ ସିଲ କରାଯାଇଥିବାବେଳେ ଆଜି ଭୁବନେଶ୍ୱର କୋର୍ଟକୁ ୭ ଦିନ ପାଇଁ ସିଲ୍ କରିଦିଆଯାଇଛି।
ବଢୁଛି କରୋନା ସଂକ୍ରମଣ। ଘରଠୁ ଅଫିସ ସବୁଆଡ଼ୁ ବାହାରୁଛନ୍ତି ପୁଳା ପୁଳା ପଜିଟିଭ। ଗତକାଲି ସନ୍ଧ୍ୟାରେ ବିଏମ୍ସି ପକ୍ଷରୁ ମାର୍କେଟ ବିଲ୍ଡିଂ ସିଲ କରାଯାଇଥିବାବେଳେ ଆଜି ଭୁବନେଶ୍ୱର କୋର୍ଟକୁ ୭ ଦିନ ପାଇଁ ସିଲ୍ କରିଦିଆଯାଇଛି।
କରୋନା ଗାଇଡଲାଇନକୁ ଉଲଂଘନ କରିଥିବାରୁ ଗତକାଲି ମାର୍କେଟ ବିଲ୍ଡିଂକୁ ସିଲ କରିଛି ବିଏମସି। ୪୮ ଘଣ୍ଟା ପାଇଁ DCP ଓ BMC ଜୋନାଲ କମିଶନରଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି। ଶନିବାର ଓ ରବିବାର ସଟଡାଉନ ରହିବା ପରେ ସୋମବାରଠାରୁ ମାର୍କେଟ ବିଲ୍ଡିଂ ଖୋଲାଯିବ ବୋଲି କୁହାଯାଉଛି। ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ମାସ୍କ ପିନ୍ଧିନଥିବା, ସାମାଜିକ ଦୂରତା ବଜାୟ ରଖୁନଥିବା ଏବଂ ଗହଳି ଲାଗୁଥିବା ଆଦି କାରଣ ପାଇଁ ବିଏମସିର ଡେପୁଟି କମିଶନର ମାର୍କେଟ ବିଲଡିଂ ସିଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଆଜି ଭୁବନେଶ୍ୱର କୋର୍ଟ ଜୁଡିସିଆଲ କଂପ୍ଲେକ୍ସକୁ ୭ ଦିନ ପାଇଁ ସିଲ୍ କରାଯାଇଛି । ଆଜିଠାରୁ ମେ’ ୫ ତାରିଖ ପର୍ଯ୍ୟନ୍ତ କୋର୍ଟ ୭ ଦିନ ପାଇଁ ସିଲ୍ କରାଯାଇଛି। କୋଭିଡ୍ ପଜିଟିଭ ଚିହ୍ନଟ ପରେ BMC ପକ୍ଷରୁ ଜୁଡିସିଆଲ କଂପ୍ଲେକ୍ସକୁ ସିଲ୍ କରାଯାଇଥିବା କୁହାଯାଇଛି।