Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୯୮ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୯୮ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦୫୪ ଜଣ ସଙ୍ଗାରୋଧ କେନ୍ଦ୍ରରେ ଚିହ୍ନଟ ହୋଇଥିବା ବେଳେ ୨୯୪୪ଜଣ ସ୍ଥାନୀୟ ବାସିନ୍ଦା ।

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୯୮ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦୫୪ ଜଣ ସଙ୍ଗାରୋଧ କେନ୍ଦ୍ରରେ ଚିହ୍ନଟ ହୋଇଥିବା ବେଳେ ୨୯୪୪ଜଣ ସ୍ଥାନୀୟ ବାସିନ୍ଦା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୨୫ଜଣ, ବାଲେଶ୍ୱର ଜିଲ୍ଲାରୁ ୯୭ଜଣ, ବରଗଡ଼ ଜିଲ୍ଲାରୁ ୩୩୦ଜଣ, ଭଦ୍ରକ ଜିଲ୍ଲାରୁ ୯୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୩୬ଜଣ, ବୌଦ୍ଧ ଜିଲ୍ଲାରୁ ୬୫ଜଣ, କଟକ ଜିଲ୍ଲାରୁ ୫୧୭ଜଣ, ଦେଓଗଡ଼ ଜିଲ୍ଲାରୁ ୭୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୨ଜଣ, ଗଜପତି ଜିଲ୍ଲାରୁ ୧୨୧ଜଣ, ଗଞ୍ଜାମ ଜିଲ୍ଲାରୁ ୧୨୮ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୪ଜଣ, ଯାଜପୁର ଜିଲ୍ଲାରୁ ୨୨୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୯୬ଜଣ, କଳାହାଣ୍ଡି ଜିଲ୍ଲାରୁ ୨୯୨ଜଣ, କନ୍ଧମାଳ ଜିଲ୍ଲାରୁ ୪୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୭ଜଣ, କେନ୍ଦୁଝର ଜିଲ୍ଲାରୁ ୧୬୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୯୧୯ଜଣ, କୋରାପୁଟ ଜିଲ୍ଲାରୁ ୫୭ଜଣ, ମାଲକାନଗିରି ଜିଲ୍ଲାରୁ ୩୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୦୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୫୫ଜଣ, ନୟାଗଡ଼ ଜିଲ୍ଲାରୁ ୧୨୧ଜଣ, ନୂଆପଡ଼ା ଜିଲ୍ଲାରୁ ୪୨୦ଜଣ, ପୁରୀ ଜିଲ୍ଲାରୁ ୨୮୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୮୧ଜଣ, ସମ୍ବଲପୁର ଜିଲ୍ଲାରୁ ୩୨୩ଜଣ, ସୋନପୁର ଜିଲ୍ଲାରୁ ୧୩୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୭୪ଜଣ, ଷ୍ଟେଟ୍ ପୁଲ ରୁ ୧୮୫ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୫୫୧୩ କୁ ବୃଦ୍ଧି ପାଇଛି ।
ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହୋଇଛଇ । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ଏବଂ ଅନୁଗୁଳ, କଟକ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୯କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୩୫୫୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୭୫୭୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ଯୋଗୁଁ ୨୦୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ଆଉ ୫୭୭୧୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୧୦୦୪୧୨୦୪ସାମ୍ପୁଲ ଟେଷ୍ଟ୍ ହୋଇଛି ।ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Show More

Related Articles

Back to top button