Breaking PLUSଓଡ଼ିଶାମୁଖ୍ୟ ଖବର
ମା’ ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା
ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି । ମା' ଶାରଳାଙ୍କ ପୀଠରେ ପାଳିତ ହୁଏ ପ୍ରସିଦ୍ଧ ଝାମୁ ଯାତ୍ରା । ମା' ଙ୍କୁ ଦର୍ଶନ କରିବା ପାଇଁ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କର ଭିଡ ଜମିଥାଏ । ତେବେ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମା'ଙ୍କ ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି । ମା’ ଶାରଳାଙ୍କ ପୀଠରେ ପାଳିତ ହୁଏ ପ୍ରସିଦ୍ଧ ଝାମୁ ଯାତ୍ରା । ମା’ ଙ୍କୁ ଦର୍ଶନ କରିବା ପାଇଁ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କର ଭିଡ ଜମିଥାଏ । ତେବେ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମା’ଙ୍କ ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।
ସେହିପରି ମାଆଙ୍କ ପୀଠରେ ପୋଲିସ ମୁତୟନ ହୋଇଥିବା ବେଳେ ସହିତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ମନ୍ଦିର ପ୍ରବେଶ ନିଷେଧ କରାଯାଇଥିବାରୁ ପୀଠ ଶୁନଶାନ ପାଳିଟିଛି । କେବଳ କିଛି ସେବାୟତ ମାନଙ୍କ ଦ୍ୱାରା ମା’ ଙ୍କର ନୀତି ସମ୍ପନ୍ନ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଜିଲ୍ଲାର ଗୋରେଖନାଥ ମନ୍ଦିର ସହିତ ଅନ୍ୟାନ୍ୟ ୨୦ଟିରୁ ଉର୍ଦ୍ଧ ମନ୍ଦିରରେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନଏପରି ନିଷ୍ପତ୍ତି ନେଇଛି ।