ଦେଶ ବିଦେଶମୁଖ୍ୟ ଖବର

ବଢୁଛି କରୋନା ସଂକ୍ରମଣ , ପ୍ରଶାସନ ଠାରୁ ଜନତା ସମସ୍ତେ ଢିଲା

ସଂକ୍ରମଣ ସଂଖ୍ୟା ବଢିଚାଲିଛି, ହେଲେ ଏଛି ଲୋକେ ସଚେତନ ହେଉଛନ୍ତି ନା ସତର୍କ । କରୋନାର ସଂକ୍ରମଣକୁ ବେଖାତିର କରିଚାଲିଛନ୍ତି

ରାସ୍ତା ଘାଟ, ଦୋକାନବଜାର, ବାହାଘର ହେଉ କି ଶ୍ରାଦ୍ଧ ଘର, ଅଫିସ ହେଉ କି ହସ୍ପିଟାଲ ସବୁଠି ଢିଲା ପରିସ୍ଥିତି। କରୋନାକୁ ଯେପରି କାହାର ଭୟ ନାହିଁ। ବଲାଙ୍ଗୀର ଜିଲ୍ଲାର କରୋନା ଅନେକ ଧନଜୀବନ ନଷ୍ଟ କରିଛି । କିନ୍ତୁ ତାପରେ ବି କେହି ସତର୍କତା ଅବଲମ୍ବନ କରୁନାହାନ୍ତି ।

ରାସ୍ତାରେ ଲୋକେ ବେଫିକର ହୋଇ ବୁଲୁଛନ୍ତି । ନା ମୁହଁରେ ଅଛି ମାସ୍କ , ନା ରହିଛି ସାମାଜିକ ଦୂରତା । ସମଗ୍ର ଜିଲ୍ଲାରେ ଏଭଳି ପରିସ୍ଥିତି । ହେଲେ ଏଥିପ୍ରତି ପ୍ରଶାସନ କିମ୍ବା ପୋଲିସ ବାବୁଙ୍କର ଧ୍ୟାନ ନାହିଁ । କା ଭାଁ ଚେକିଂ ଚାଲିଛି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Show More

Related Articles

Back to top button