ଓଡ଼ିଶା

ନାରୀରୂପୀ ହନୁମାନ

ହନୁମାନଙ୍କୁ ଏକ ବ୍ରହ୍ମଚାରୀ ଭାବେ ବିବେଚନା କରାଯାଏ ନାରୀମାନଙ୍କ ପାଇଁ ଏହି ଠାକୁର ଛୁଇଁବା ମନା କିନ୍ତୁ ଜାଣନ୍ତିକି ଏମିତି ଏକ ସ୍ଥାନ ଅଛି ହନୁମାନ ସ୍ବୟଂ ନାରୀ ରୂପରେ ପୂଜା ପାଇଥାନ୍ତି ଏହି ସ୍ଥାନଟି ହେଉଛି ଛତିଶଗଡ଼ର ରତନପୁର ଗାଁ ଏହି ମନ୍ଦିର 10 ହଜାର ବର୍ଷ ପୁରୁଣା ମନ୍ଦିର ବିଶ୍ୱାସ ରହିଛି ଭକ୍ତ ଏଠି ପୂଜା କଲେ ଦୁଃସାଧ୍ୟ ରୋଗରୁ ମୁକ୍ତି ଲାଭ କରନ୍ତି ଏହାକୁ ନେଇ ଏକ ଲୋକକଥା ରହିଛି ପ୍ରାଚୀନ କାଳରେ ରତନପୁରରେ ପୃଥ୍ବୀ ଦେବଙ୍କୁ ନାମରେ ଜଣେ ରାଜା ଥିଲେ ସେ ହନୁମାନଙ୍କର ଭାରି ଭକ୍ତ ଥିଲେ ତାଙ୍କୁ କୁଷ୍ଠ ହୋଇଥିଲା ହନୁମାନ ତାଙ୍କୁୁ ସ୍ବପ୍ନରେ ଅାସି ମନ୍ଦିର ନିର୍ମାଣ କରିବାକୁ କହିଲେ ଓ ସେଠାରେ ରହିଥିବା ମହାମାୟା କୁଣ୍ଡରୁ ତାଙ୍କ ପ୍ରତିର୍ମୂିକୁ ବାହାର କରି ସ୍ଥାପନା କରିବାକୁ ନିର୍ଦ୍ଦେଶ ଦେଲେ ଏହି ପ୍ରତିମାଟି ଥିଲା ନାରୀ ରୂପ ସେହିଦିନ ଠାରୁ ଏହି ନାରୀ ରୂପୀ ହନୁମାନ ସେଠାରେ ପୂଜା ପାଇ ଅାସୁଛନ୍ତି ମନ୍ଦିର ପ୍ରତିଷ୍ଠା ପରେ ଉକ୍ତ ଲୋକଟି କୁଷ୍ଠରୁ ସଂପୂର୍ଣ୍ଣ ଭଲ ହୋଇଯାଇଥିଲା ଏହି ର୍ମୂି ଦକ୍ଷିଣାମୁଖୀ ଥିବାବେଳେ ତାଙ୍କର ବାମ କାନ୍ଧରେ ରାମ ଓ ଦକ୍ଷିଣ କାନ୍ଧରେ ଲକ୍ଷ୍ମଣ ବିରାଜମାନ କରିଛନ୍ତି

Show More

Related Articles

Back to top button