Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତାକାଲି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଅର୍ଥାତ ୬ ଘଣ୍ଟା ଯାଏ ବନ୍ଦ ଡାକରା ଦେଇଛି ଦଳ। କାଲିର ବନ୍ଦକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ଆହ୍ୱାନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆମ୍ବୁଲାନ୍ସ, ଜରୁରୀ ସେବାରେ ନିୟୋଜିତ ଥିବା ଯାନବାହାନ, ଔଷଧ ଦୋକାନ, ଅତିଆବଶ୍ୟକ ସେବାରେ ଥିବା ଗାଡ଼ିକୁ ଏଥିରୁ ବାଦ୍ ଦିଆଯିବ ବୋଲି ସୂଚନା ରହିଛି।

ସେହିଭଳି ବିବାହ ପାଇଁ ଯାଉଥିବା ବରଯାତ୍ରୀ ଗାଡ଼ିକୁ ବି ବନ୍ଦ ଡାକରାରୁ ବାଦ୍ ଦିଆଯିବ ବୋଲି ସୂଚନା ରହିଛି। ସାଧାରଣଲୋକଙ୍କୁ ଯେପରି ଅସୁବିଧା ହେବନି ତାଉପରେ ଧ୍ୟାନ ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି। ପେଟ୍ରୋଲ ଓ ଡିଜେଲ୍, ଏଲପିଜି ଗ୍ୟାସର ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ।
ସେପଟେ ବନ୍ଦକୁ ନେଇ ପିସିସି ସଭାପତି ନିରଞ୍ଜନ କହିଛନ୍ତି ଯେ, ୟୁପିଏ ସରକାର ସମୟରେ ୫ ପଇସା କିମ୍ବା ୧୦ ପଇସା ତୈଳ ଦର ବୃଦ୍ଧି ହେଲେ ସାଙ୍ଗେ ସାଙ୍ଗେ ରାଜ ରାସ୍ତାକୁ ଓହ୍ଲାଉଥିଲା ବିଜେଡ଼ି। କିନ୍ତୁ ଏବେ ଯେଉଁ ପରି ଭାବରେ ତେଲ ଦର ବଢୁଛି ସେନେଇ କିଛି କହୁନାହିଁ କି ଆନ୍ଦୋଳନ କିମ୍ବା ରାଜରାସ୍ତାକୁ ଓହ୍ଲାଉନାହିଁ ଦଳ। ଏତେ ଡର କାହାକୁ ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ।

Show More

Related Articles

Back to top button