
ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେସନ ସାଇଟ୍ ମଧ୍ୟ ପ୍ରସ୍ତୁତ ଅଛି । ଆବଶ୍ୟକ ସ୍ଥଳେ ସେସନ ସାଇଟ୍ ବୃଦ୍ଧି କରାଯିବ ।ସେପଟେ ରାଜ୍ୟରେ ଆଜି ଆଉ ୯୦ ହଜାର କୋଭିସିଲିଡ଼ ଟିକା ପହଞ୍ଚିବ ।
ମଙ୍ଗଳବାର ୬୧୭ ଟିକାକରଣ କେନ୍ଦ୍ରରେ ଟିକାକରଣ ହୋଇଥିଲା । ୬୫ ହଜାର ୭୭୬ ଜଣଙ୍କୁ ଟିକାକରଣ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୭ ଲକ୍ଷ ୪ ହଜାର ୯୧୬ ଡୋଜ ଦିଆଯାଇଛି । ଯାଜପୁର ଓ କେନ୍ଦୁଝରରେ ଆଜି ଟିକାକରଣ ବନ୍ଦ ରହିଛି । ୪୬୪ କେନ୍ଦ୍ରରେ ଆଜି ଟିକାକରଣ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୪ ହଜାର କୋଭିସିଲିଡ ଓ ୩.୫ ଲକ୍ଷ କୋଭାସ୍କିନ ଟିକା ମହଜୁଦ ରହିଛି ।