Breaking PLUSଦେଶମୁଖ୍ୟ ଖବର

ନୈନିତାଲରେ ଖାଇକୁ ଖସିଲା ଗାଡି, 8ମୃତ, 3ଗୁରୁତର

ନୈନିତାଲ- ନୈନିତାଲରେ ଖାଇକୁ ଖସିଲା ଗାଡି । ପତଲୋଟରୁ ଅମଜଡ ଯାଉଥିବା ରାସ୍ତାରେ ଛିଡାଖାନ ନିକଟରେ ଶୁକ୍ରବାର ସକାଳେ ଏକ ବାଇକକୁ ରକ୍ଷା କରିବାକୁ ଯାଇ ଏକ ପିକଅପ ଭ୍ୟାନ ଖାଇ ଭିତରକୁ ଖସିପଡିଛି । ଫଳରେ 8ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣାରେ 3ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 2ଜଣ ମହିଳା ଅଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଦମ୍ପତି ଓ ତାଙ୍କ ପୁଅ ବି ଅଛି । ଅନ୍ୟଜଣେ ପୁଅ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି । ଦୁର୍ଘଟଣାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ।
ସୂଚନା ମୁତାବକ, ଶୁକ୍ରବାର ସକାଳ ପ୍ରାୟ 8ଟା ବେଳେ ନୈନିତାଲ ଜନପଦରେ ଛିଡାଖାନ ନିକଟରେ ଏକ ପିକଅପ ଭ୍ୟାନ ବାଇକକୁ ରକ୍ଷା କରିବାକୁ ଯାଇ ଖାଇରେ ଖସିପଡିଛି । ପିକଅପ ଭ୍ୟାନରେ ଡ୍ରାଇଭର ସମେତ 11ଜଣ ଯାତ୍ରୀ ଥିଲେ ।

Show More

Related Articles

Back to top button