ଖେଳଦେଶ

8ମ ଥର ପାଇଁ ଏସିଆ କପ ଜିତିଲା ଭାରତୀୟ କ୍ରିକେଟ ଦଳ

ଶ୍ରୀଲଙ୍କାକୁ ୧୦ ୱିକେଟ୍ ରେ ମାତ ଦେଇ ଏସିଆ କପ୍ ୨୦୨୩ ଫାଇନାଲରେ ବିଜୟୀ ହୋଇଛି ଟିମ୍ ଇଣ୍ତିଆ । ତେବେ ୮ମ ଥର ପାଇଁ ଏସିଆ କପ୍ ହାତେଇଛି ଭାରତୀୟ ଦଳ । ଶ୍ରୀଲଙ୍କା ଦେଇଥିବା ୫୧ ରନ୍ ର ଟାର୍ଗେଟକୁ ମାତ୍ର ୬.୧ ଓଭରରେ ହାସଲ କରିଥିଲା ଭାରତ । ଶୁଭମାନ ଗିଲ୍ ୨୭ ରନ ଓ ଇଶାନ କିଷନ ୨୩ ରନ୍ କରିଥିଲେ ।
ସୂଚନା ଅନୁଯାୟୀ, ଏସିଆ କପ୍ ଫାଇନାଲରେ ଐତିହାସିକ ବିଜୟ ହାସଲ କରିଛି ଭାରତ । ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କରି ଅଷ୍ଟମ ଥର ପାଇଁ ଏସିଆ କପ୍ ଜିତିଛି ଟିମ୍ ଇଣ୍ତିଆ । ତେବେ ଏସିଆ କପ୍ ୨୦୨୩ରେ ବିଜୟୀ ହେବା ପରେ ଟିମ୍ ଇଣ୍ଡିଆ ଉପରେ ହୋଇଛି ଟଙ୍କା ବର୍ଷା । ଭାରତୀୟ ଦଳକୁ ପୁରସ୍କାର ସ୍ୱରୂପ ମିଳିଛି ପ୍ରାୟ ୧.୨୫ କୋଟି ଟଙ୍କା । ଏଥି ସହିତ ରନର୍ସଅପ୍ ଶ୍ରୀଲଙ୍କାକୁ ୬୨ ଲକ୍ଷ ଟଙ୍କା ଦିଆଯାଇଛି।
ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ପ୍ରଥମ ଓଭରରେ ବୁମରା କୁଶଲ ପରେରାଙ୍କୁ ଆଉଟ୍ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ସିରାଜଙ୍କ ଧୂଆଁଦାର ବୋଲିଂ । ଗୋଟିଏ ଓଭରରେ ସିରାଜ ଶ୍ରୀଲଙ୍କାର ୪ ଜଣ ବ୍ୟାଟ୍ସମ୍ୟାନ ଯଥା, ପ୍ରଥୁମ ନିଶଙ୍କା, ସଦିରା ସମରବିକ୍ରମା, ଚରିଥ୍ ଅସଲଙ୍କା ଓ ଧନଞ୍ଜୟ ଡିସିଲଭାଙ୍କୁ ଆଉଟ କରିଥିଲେ । ପରେ ୩ୟ ଓଭରରେ ଖେଳିବାକୁ ଆସି ସେ ସନକାଙ୍କୁ ବୋଲଡ୍ କରିଦେଇଥିଲେ । ମାତ୍ର ୧୨ ରନ୍ ବେଳକୁ ୬ଟି ଓ୍ବିକେଟ ହରାଇସାରିଥିଲା ଶ୍ରୀଲଙ୍କା ୬ଷ୍ଠ ଓଭର ବୋଲିଂ କରିବାକୁ ଆସି ସିରାଜ କୁଶଲ ମେଣ୍ଡିସଙ୍କୁ ଆଉଟ୍ କରିଦେଇଥିଲେ । ପରେ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବାକୁ ଆସି ୩ଟି ଓ୍ବିକେଟ୍ ନେଇଥିଲେ । ଫଳରେ ୧୫.୨ ଓଭରରେ ମାତ୍ର ୫୦ ରନ୍ କରି ଅଲଆଉଟ ହୋଇଯାଇଥିଲା ଶ୍ରୀଲଙ୍କା ।

Show More

Related Articles

Back to top button