Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

୨୪ ଘଣ୍ଟାରେ ୭୬୨ କୋରୋନା ପଜିଟିଭ

୧୦୨ ଜଣ ଶିଶୁ ଓ କିଶୋର ସଂକ୍ରମିତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୬୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।  ୧୦୨ ଜଣ ଶିଶୁ ଓ କିଶୋର ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛନ୍ତି ।କ୍ୱାରେଣ୍ଟାଇନରୁ ୪୪୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୧୯ ।

କେବଳ ବୌଦ୍ଧକୁ ଛାଡ଼ି  ୨୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୪ ଓ କଟକରୁ ୧୧୯ ଜଣ ପଜିଟିଭ୍ ବାହାରିଛନ୍ତି । ବାକି ସବୁ ଜିଲ୍ଲାରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଭିତରେ ରହିଛି । ୧୭ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ତଳେ ରହିଥିବା ଜଣାପଡିଛି  ।

୨୪ ଘଣ୍ଟାରେ ୬୪ହଜାର ୬୦୨ କୋଭିଡ୍ ଟେଷ୍ଟ ହୋଇଥିଲାବେଳେ ପଜିଟିଭ୍ ହାର ରହିଛି ୧.୧୭ ପ୍ରତିଶତ । ଆକ୍ଟିଭ୍ କେସରେ କେବଳ ଖୋର୍ଦ୍ଧା ରେଡ୍ ଜୋନରେ ଅଛି ।

ଏହାରି ଭିତରେ ରାଜ୍ୟରୁ କରୋନା ନେଲାଣି ୮ହଜାର ୭୦ ଜୀବନ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୧୩ହଜାର ୫୬୭କୁ ବୃଦ୍ଧି ପାଇଛି ।  ୯ଲକ୍ଷ ୯୮ହଜାର ୫୯୧ ଆକ୍ରାନ୍ତ ସୁସ୍ଥ ହୋଇଥିଲାବେଳେ ୬ହଜାର ୮୫୩ ଆକ୍ଟିଭ୍ କେସ୍ ରହିଛି ।

Show More

Related Articles

Back to top button