Breaking PLUSବଲିଉଡ

ପରଲୋକରେ ଅରୁଣା ଭାଟିଆ

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆଙ୍କର ଆଜି ବିୟୋଗ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ହେବାରୁ ଅକ୍ଷୟ କୁମାର ଲଣ୍ଡନରେ ସିଣ୍ଡ୍ରେଲା ଫିଲ୍ମର ଶୁଟିଂ ଅଧାରୁ ଛାଡି ମୁମ୍ବାଇ ପଳାଇ ଆସିଥିଲେ । ମାଆଙ୍କ ମୃତ୍ୟୁ ଖବର ଅକ୍ଷୟ କୁମାର ସୋସିଆଲ ସାଇଟରେ ଶେୟାର କରିଛନ୍ତି । ସେ ଲେଖିଛନ୍ତି, ପୂର୍ବରୁ ବାପା ଚାଲି ଯାଇଥିବା ବେଳେ ଏବେ ମାଆ.. ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଛି । ଆପଣମାନଙ୍କ ପ୍ରାର୍ଥନା ଆମ ମନୋବଳ ବଢ଼ାଇବ । ସେ ହରି ଓମ୍ ପ୍ରଡକ୍ସନର କୋ ପାର୍ଟନର ଥିଲେ । ଅନେକଗୁଡିଏ ଫିଲ୍ମରେ ସେ ପ୍ରଡ୍ୟୁସର ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।

Show More

Related Articles

Back to top button