Breaking PLUSଦେଶମୁଖ୍ୟ ଖବର

ସୁଖୋଇ ଯୁଦ୍ଧ ବିମାନକୁ ଆଧୁନିକ କରିବା ପାଇଁ 60ହଜାର କୋଟି ଟଙ୍କା ପ୍ରଦାନ

ନୂଆଦିଲ୍ଲୀ, 4 ଫେବୃଆରୀ – ଭାରତ ସରକାର ଆର୍ଥିକ ବର୍ଷ 24-25 ବଜେଟରେ 84 ସୁଖୋଇ ଯୁଦ୍ଧ ବିମାନକୁ ଆଧୁନିକ କରିବା ଏବଂ 12 ନୂଆ ସୁଖୋଇ କିଣିବା ପାଇଁ ପ୍ରା 60ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବଜେଟର ବଡ ଭାଗ ଦେଶର ଘରୋଇ ସ୍ତରରେ ନିର୍ମିତ ଆଗାମୀ ପିଢିର ଅସ୍ତ୍ରଶସ୍ତ୍ର ପ୍ରଣାଳୀ ପ୍ରଦାନ କରିବା ପାଇଁ ଘରୋଇ ସ୍ରୋତ ମାଧ୍ୟମରେ କିଣିବା ପାଇଁ ଉପଯୋଗ କରାଯିବ । ଯାହା ଜିଡିପି ଉପରେ ବହୁଗୁଣିତ ପ୍ରଭାବ ପକାଇବ ।
ବର୍ଦ୍ଧିତ ବଜେଟ୍ ଆବଣ୍ଟନରୁ ସଶସ୍ତ୍ର ବାହିନୀକୁ ଅତ୍ୟାଧୁନିକ, ବିଶିଷ୍ଟ ପ୍ରଦ୍ୟୋଗିକ ବିଶିଷ୍ଟ ଘାତକ ଅସ୍ତ୍ର, ଯୁଦ୍ଧ ବିମାନ, ଜାହାଜ, ମାନବ ବିହୀନ ବିମାନ ଯାନ, ଡ୍ରୋନ୍ ଇତ୍ୟାଦି ସଜାଯିବ ।
ଆର୍ଥିକ ବର୍ଷ 2024-25ରେ ପ୍ରତିରକ୍ଷା ବଜେଟ 6,21,540.85 କୋଟିରେ ପହଞ୍ଚିଛି । ଯାହାକି ମୋଟ୍ ବଜେଟର 13.04 ପ୍ରତିଶତ ଅଟେ ।

Show More

Related Articles

Back to top button